ପୁରୀ : ଗତକାଲି ଶ୍ରୀୟା ମିଶ୍ରଙ୍କ ମା’ଙ୍କ ଚରିତ୍ରକୁ ନେଇ ହ୍ୟୁମାନଙ୍କ ମା’ ଗଣମାଧ୍ୟମରେ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀୟା ଖଣ୍ଡନ କରିଛନ୍ତି। ଶ୍ରୀୟା କହିଛନ୍ତି ସେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବ୍ରାହ୍ମଣ ପରିବାରରୁ ଯାଇଛନ୍ତି। କିନ୍ତୁ ତାଙ୍କୁ ସିନ୍ଦୁର କିମ୍ବା ଅଳତା ଆଦି ଲଗାଇବାକୁ ଶାଶୂ ବାରଣ କରନ୍ତି। ତେବେ ଶାଶୂ ତାଙ୍କୁ କେବେ ଶାରିରୀକ ନିର୍ଯାତନା ଦେଇନାହାନ୍ତି ବୋଲି ଶ୍ରୀୟା କହିଛନ୍ତି। ତାଙ୍କ ସ୍ବାମୀ ହ୍ୟୁମାନ ହିଁ କେବଳ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଅନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Advertisment

ମର୍ଯ୍ୟାଦା ଦେଇ ପତ୍ନୀ ଭାବେ ସ୍ବୀକାର କଲେ ପୁଣି ଫେରିବି
‌ଦାମ୍ପତ୍ୟ ଜୀବନର ବିବାଦ ପଛରେ କେହି ତୃତୀୟ ପକ୍ଷ ରହିଛି

ଶ୍ରୀୟା ତାଙ୍କ ଆଇନପରାମର୍ଶଦାତା ରାଜେନ୍ଦ୍ରଙ୍କ ଉପସ୍ଥିତିରେ ଅଭିଯୋଗ କରିଥିଲେ ଯେ ହ୍ୟୁମାନ ସର୍ବଦା ମଦ ପିଇ ତାଙ୍କୁ ମାରପିଟ୍‌ କରନ୍ତି । ୫ ବର୍ଷ ଧରି ହ୍ୟୁମାନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏଭଳିକି ତାଙ୍କ ହାତରେ ହ୍ୟୁମାନଙ୍କ ମାଡ଼ର ଦାଗ ରହିଛି। ଏହି ଦାଗକୁ ଲୁଚାଇବାକୁ ଯାଇ ସେ ସେହି ସ୍ଥାନରେ ଟାଟୁ କରିଛନ୍ତି ବୋଲି କହିଥିଲେ। ନିର୍ଯ୍ୟାତନା ଅସହ୍ୟ ହେବା ପରେ ସେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ଗତ ସେପ୍ଟେମ୍ବର ମାସ ୨୭ ତାରିଖ ଦିନ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିବା ସେ କହିଛନ୍ତି। ଏହା ତାଙ୍କ ଝିଅ, କର୍ମଚାରୀ ସନ୍ତୋଷ ଓ ତାଙ୍କ ପଡ଼ୋଶୀମାନେ ମଧ୍ୟ ଦେଖିଥିବା ସେ କହିଥିଲେ। ହ୍ୟୁମାନ ତାଙ୍କ ଝିଅ ପ୍ରତି ଯତ୍ନବାନ ନଥିଲେ। କେବଳ ସେଲିବ୍ରିଟିମାନଙ୍କ ସହିତ ମିଶିବା ପାଇଁ ଝିଅର ଜନ୍ମଦିନ ପାଳନ କରାଯାଇଥାଏ ବୋଲି ସେ କହିଛନ୍ତି।

ଅନ୍ୟପଟେ ତାଙ୍କ ମଧ୍ୟରେ ଏଭଳି ବିବାଦ ପଛରେ କୌଣସି ତୃତୀୟ ପକ୍ଷ ରହିଥିବା ସେ ସନ୍ଦେହ କରୁଛନ୍ତି। ଏ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ସେ ଆସନ୍ତା ୩୦ ତାରିଖ ଦିନ ପୁଲିସ ସମ୍ମୁଖରେ ରଖିବେ ବୋଲି କହିଛନ୍ତି। ଯଦି ହ୍ୟୁମାନ ତାଙ୍କୁ ପତ୍ନୀର ମର୍ଯ୍ୟାଦା ଦେଇ ଘଟଣାର ଆପୋସ ସମାଧାନ କରି ସ୍ବୀକାର କରନ୍ତି, ତେବେ ସେ ତାଙ୍କ ଘରକୁ ଫେରିଯିବେ। କିନ୍ତୁ ଏପର୍ଯ୍ୟନ୍ତା ହ୍ୟୁମାନ କିମ୍ବା ତାଙ୍କର କୌଣସି ସମ୍ପର୍କୀୟଙ୍କ ତାଙ୍କ ସହ ଯୋଗାଯୋଗ କରିନାହାନ୍ତି ବୋଲି ଶ୍ରୀୟା କହିଛନ୍ତି।