ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି ଆଜି ଖୋଲିଛି। ୧୧ ମାସର ବ୍ୟବଧାନ ପରେ ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତିକ୍ରମେ  ହୁଣ୍ଡି ଖୋଲି ଟଙ୍କା ଗଣତି କରାଯାଇଛି। ଚଳିତ ଥର ହୁଣ୍ଡିରୁ ମିଳିଥିବା ଟଙ୍କାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ପ୍ରଦାନ କରାଯିବ ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳେ ଗଣତି ଆରମ୍ଭ ହୋଇଥିଲା। ଗଣତି ସମୟରେ ୬୯ ଲକ୍ଷ ୯୦ ହଜାର ୨୮୦ ଟଙ୍କା, ୫୪ ଗ୍ରାମ ସୁନା, ୫ କେଜି ୨୦୧ ଗ୍ରାମ ରୂପା, ୫ଟି ମାଲେସିଆ ଓ ସାଉଦି ଆରବ ନୋଟ ମିଳିଛି। ମନ୍ଦିର କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀ, ବ୍ୟାଙ୍କ କର୍ମଚାରୀ ଗଣତିରେ ସାମିଲ୍ ହୋଇଛନ୍ତି। ଏହା ପୂର୍ବରୁ ୨୦୨୦ ଅକ୍ଟୋବର ମାସରେ ମା’ଙ୍କ ହୁଣ୍ଡି ଖୋଲା ଯାଇଥିବା ବେଳେ  ୬୩ ଲକ୍ଷ ଟଙ୍କା ସହ ୨୪ ଗ୍ରାମ ସୁନା ଓ ୩ କେଜି ୪୪୦ ଗ୍ରାମ ରୂପା ମିଳିଥିଲା। ପୂର୍ବରୁ ପ୍ରତି ୩ ମାସରେ ମା’ଙ୍କ ହୁଣ୍ଡି ଖୋଲାଯାଉଥିଲା। କରୋନା କଟକଣା ଯୋଗୁ ମନ୍ଦିର ବନ୍ଦ ଥିବାରୁ ହୁଣ୍ଡି ମଧ୍ୟ ଖୋଲାଯାଇନଥିଲା। ଯେଉଁଥି ପାଇଁ ରାତି ୮ଟା ପର୍ଯ୍ୟନ୍ତ ଗଣତି ଟଙ୍କାର ହିସାବ ଜଣା ପଡିନି।
ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି: ମିଳିଲା ୬୯.୯୦ ଲକ୍ଷ, ୫୪ ଗ୍ରାମ ସୁନା ଓ ୫ କେଜି ରୂପା
/sambad/media/post_attachments/wp-content/uploads/2021/09/RGD_Majhighariani-Hundi.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)