ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦର ମେଡ଼ିକାଲ ଛକ ପାର୍ଶରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜେପିର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଜେଡ଼ିର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୟୁରଭଞ୍ଜ ଜିଲ୍ଲା ବିଜେପିର ଲୋକସଭା ସାଂସଦ ପ୍ରାଥି ନବ ଚରଣ ମାଝୀ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାନସଭାର ବିଧାୟକ ପ୍ରାଥି ଜଲେନ୍ ବାରଦା, ସାରସକଣା ନିର୍ବାଚନ ମଣ୍ଡଳୀର ବିଧାନସଭାର ବିଧାୟକ ପ୍ରାଥି ଭାଦବ ହାଁସଦା, ବିଜେପିର ରାଜ୍ୟ ସମ୍ପାଦକ ନବୀନ ରାମ୍, ବିଜେପିର ପଶ୍ଚିମ ମୟୂରଭଂଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ଜିଲ୍ଲା କର୍ କମିଟିର ସଦସ୍ୟ ମନ ରଞ୍ଜନ ମହାନ୍ତି, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସମାଡ, ନଗର ସଭାପତି ସୁରତ ପଟ୍ଟନାୟକ, ଶକ୍ତିକେନ୍ଦ୍ର ପ୍ରମୁଖ ପ୍ରଦିପ ରାଉତଙ୍କ ସମେତ ବହୁ ନେତା ଓ କର୍ମୀଙ୍କ ଉପସ୍ଥିତିରେ ବିଜେଡି ସମେତ ଅନ୍ୟ ଦଳର ଶତାଧିକ କର୍ମୀ ଯୋଗ ଦେଇଛନ୍ତି।

Advertisment

ଉକ୍ତ କାର୍ଯକ୍ରମକୁ ବିଜେପିର ବିକାଶ ମହାନ୍ତ, ଜୁରିଲାଲ ମହାନ୍ତ, ଫାଗୁରମ ମାରାଣ୍ଡି, ବିକାଶ ରାୟ, ବରୁଣ ଦେ,ଆଲୋକ ରଂଜନ ମହାନ୍ତ, ଦେବାଶିଷ ନାୟକ,ଜଗେନ୍ଦ୍ର ବେଉରା, ମିଥିଳା ଟୁଡୁ, ସୋନାଲି ବିଜୟଲକ୍ଷ୍ମୀ ମହାନ୍ତ, ରାଜଶ୍ରୀ ସିଦ୍ଧୁ,ପ୍ରତିମା ନନ୍ଦ, ଲଳିତା ବିନ୍ଧାଣୀ, ମଞ୍ଜୁ ଗିରି ପ୍ରମୁଖ ପରିଚାଳନାରେ ସାହୋଯଗ କରିଥିଲେ।