ପ୍ରତାପୁର(ଧନଞ୍ଜୟ ପଟ୍ଟନାୟକ): ବୟସ ୧୦୦ ପାର୍ କରି ସାରିଲାଣି। ତଥାପି ସେ ପୂରା ସୁସ୍ଥ ଓ ନିରୋଗ। କାନକୁ ବେଶ୍ ଭଲଭାବେ ଶୁଣା ଯାଉଥିବା ସହ ବିନା ଚଷମାରେ ସବୁ ଦେଖି ପାରୁଛନ୍ତି। କାହାର ସହାଯ୍ୟ ଦରକାର କରୁନାହାନ୍ତି, ନିଜ କାମ ନିଜେ କରୁଛନ୍ତି। କେବଳ ଏତିକି ନୁହେଁ, ମଧୁମେହ ଓ ରକ୍ତଚାପ ଭଳି ସାଧାରଣ ରୋଗ ସୁଦ୍ଧା ତାଙ୍କୁ ଏଯାଏ ଛୁଇଁପାରିନି। ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ନିଜ ସ୍ବାସ୍ଥ୍ୟ, ଖାଦ୍ୟପେୟ ପ୍ରତି ସେ ଅଧିକ ସଚେତନ। ତାଙ୍କ ଝିଅଙ୍କୁ ୭୦ ବର୍ଷ ପାର୍ କରି ସାରିଥିବା ବେଳେ ପୁଅମାନେ ବି ବୃଦ୍ଧାବସ୍ଥାରେ। ତଥାପି ସେ କାହା ଉପରେ ବୋଝ ପାଲଟିନାହାନ୍ତି। କନ୍ଧଙ୍କୁ ଦୁଇ ପୁଅ ଖୁବ୍ ଯତ୍ନରେ ନିଜ ପାଖରେ ରଖିଛନ୍ତି। ଆଜି ପର୍ଯ୍ୟନ୍ତ ବାପାଙ୍କୁ କୌଣସି ପ୍ରକାର ରୋଗ ହୋଇଥିବା ସେମାନେ ଜାଣିନାହାନ୍ତି। ଗ୍ରାମରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଭାବେ ବାପା ସମସ୍ତଙ୍କ ସହ ମିଳାମିଶା କରୁଥିବା କହିଛନ୍ତି। ଏମିତି ଜଣେ ନିଆରା ବ୍ୟକ୍ତିତ୍ବ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ଗ୍ରାମର କନ୍ଧ ସାହୁ।
ତାଙ୍କୁ ବୟସ ଶହେ ଟପିଥିଲେ ହେଁ କେହି ହେଲେ ତାଙ୍କ ପ୍ରକୃତ ବୟସ ଠିକ୍ କହିପାରୁ ନାହାନ୍ତି। ଗାଁ ଲୋକେ କିନ୍ତୁ କହୁଛନ୍ତି, ତାଙ୍କୁ ୧୧୦ ବର୍ଷ ହେଲାଣି।
ଏ ବୟସରେ ବି ସୁସ୍ଥ ଜୀବନଯାପନର ରହସ୍ୟ ବିଷୟରେ ପଚାରିବାରେ କନ୍ଧ କହିଛନ୍ତି, ପିଲା ବେଳୁ ହିଁ ଜାଉ, କାଞ୍ଜି ଓ ଶାଗ ତାଙ୍କର ପ୍ରମୁଖ ଖାଦ୍ୟ। କାରଣ ତାଙ୍କ ସମୟରେ ବର୍ତ୍ତମାନର ଭଳି ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ମିଳୁ ନଥିଲା। ହେଲେ ସୁଦ୍ଧା ଏହି ପାରମ୍ପରିକ ଖାଦ୍ୟକୁ ଆଜି ବି ସେ ଖାଉଛନ୍ତି। ସେହିପରି ମିଠା କହିଲେ ଆଖୁ ପ୍ରସ୍ତୁତ ଗୁଡ଼ ଓ ରାଶି ପେଡ଼ା ତେଲ ବ୍ୟବହାର କରୁଥିଲେ। ଆଉ ଯେତେଦୂର ହେଲେ ମଧ୍ୟ ପାଦରେ ଚାଲି ଯାଉଥିଲେ। ଟାୟାର୍ରୁ ପ୍ରସ୍ତୁତ ଜୋତା ତାଙ୍କ ପାଦରେ ବର୍ଷ ବର୍ଷ ଧରି ରହୁଥିଲା। ଜମିବାଡ଼ିରେ କାମ କରିବା ସହ ଘରେ ସେଉ ଓ ଦାନ୍ତକିଲି ଆଦି ପ୍ରସ୍ତୁତ କରି ମୁଣ୍ଡରେ ଝୁଡ଼ିରେ ଧରି ଗାଁକୁ ଗାଁ ବୁଲି ବୁଲି ବିକୁଥିଲେ। ଦୁଇପଇସା ଓ ପାଞ୍ଚ ପଇସାରେ ସେତେବେଳେ ସେଉ ଦାନ୍ତିକିଲି ବେପାର। ଆଉ ସେହି ରୋଜଗାର ପଇସାରେ ସେ ପତ୍ନୀ, ଦୁଇପୁଅ ଓ ଗୋଟିଏ ଝିଅର ପ୍ରତିପୋଷଣ କରୁଥିଲେ। ଏହାମଧ୍ୟରେ ପତ୍ନୀ ମାୟା ସାହୁଙ୍କ ଗତ ୨୦ ବର୍ଷ ତଳୁ ମୃତ୍ୟୁ ହୋଇସାରିଛି।

ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଆଜିକାଲିର ଯୁବପିଢ଼ି ମଧୁମେହ, ଗ୍ୟାସ୍, ରକ୍ତଚାପ ଓ ଥାଇରଏଡ୍ ସମେତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ମୁଁ ଆଜି ବି ଏତେ ପ୍ରକାରର କିସମର ଖାଦ୍ୟ ପଦାର୍ଥ ମିଳୁଥିଲେ ମଧ୍ୟ ଏ ସବୁ ଠାରୁ ଦୂରେଇ ରହି ପାରମ୍ପରିକ ଖାଦ୍ୟ ଜାଉ, ବାଡ଼ି ପନିପରିବା ପଡ଼ି କାଞ୍ଜି, ଶାଗ ଖାଇ ଜିଇଁଛି। ଏଭଳି ଚାଲିଚଳନ ଆପଣେଇବା ଦିଗରେ ସମସ୍ତେ ସଚେତନ ହେଲେ ରୋଗ ବଇରାଗ ଆମ ପାଖ ମାଡ଼ିବ ନାହିଁ ବୋଲି କନ୍ଧ କହିଛନ୍ତି।