ଶତାଧିକ ଚେମଣିଆ ମାରି ୫ ଅଟକ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ନଳିପୁର (କୁଆଁପାଳ-ଲଳିତଗିରି ପୂର୍ତ୍ତ ବିଭାଗ ରାସ୍ତା କଡ଼)ରେ ଥିବା ପରିତ୍ୟକ୍ତ କୋଠାଘରୁ ଶହଶହ ଚେମେଣିଆ ମାରି ୫ ଯୁବକ ଅଟକ ଅଛନ୍ତି। ଚଢ଼େଇଧରା ଅଞ୍ଚଳର ରଞ୍ଜନ ଶବର, ଅରୁଣ ଶବର, ସୂର୍ଯ୍ୟ ଶବର ସମେତ ୫ ଜଣ ଯୁବକ ଏହି କୋଠାଘର ଭିତରେ ପଶି ଆଖିବୁଜା ଚେମେଣିଆ ଶିକାର କରିଥିଲେ। ଏହା ଦେଖ ସ୍ଥାନୀୟ ଲୋକେ ସଂପୃକ୍ତ ୫ ଜଣ ଯୁବକଙ୍କୁ ଅଟକ ରଖି ବନ ବିଭାଗକୁ ଖବର ଦେଇଥିଲେ।

ବନ କର୍ମଚାରୀମାନେ ପହଞ୍ଚି ଅଭିଯୁକ୍ତ ୫ ଯୁବକଙ୍କୁ ଚଣ୍ଡିଖୋଲ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସେମାନଙ୍କୁ ଡକାଇଥିଲେ ବୋଲି କହିଛନ୍ତି। ଏତେ ସଂଖ୍ୟାରେ ଚେମେଣିଆ କାହିଁକି ଶିକାର କଲେ ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର