ସାମ୍ବାଦିକଙ୍କୁ ନକ୍ସଲ ଟାର୍ଗେଟ ଘଟଣା: ନକ୍ସଲଙ୍କ ବିରୋଧରେ ଏକଜୁଟ ହେଲେ ୪ ରାଜ୍ୟର ଶତାଧିକ ସାମ୍ବାଦିକ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ସାମ୍ବାଦିକ ଲୀଳାଧର ରାଠୀ ଏବଂ ବିଜପୁର ଜିଲ୍ଲା ସାମ୍ବାଦିକ ଗଣେଶ ମିଶ୍ରଙ୍କୁ ନକ୍ସଲ ପ୍ରଜା କୋର୍ଟରେ ଦଣ୍ଡ ଦେବା ନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିବା ପରେ ୪ ରାଜ୍ୟର ଶତାଧିକ ସାମ୍ବାଦିକ ଜଗଦଲପୁର ଠାରେ ଏକତ୍ରିତ ହୋଇ ନକ୍ସଲ ବିରୋଧରେ ଗର୍ଜିଥିଲେ। ନକ୍ସଲ ପ୍ରଭାବିତ ଅଂଚଳରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ସାମ୍ବାଦିକତା କରୁଥିବା ବେଳେ ନକ୍ସଲ ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ନିନ୍ଦନୀୟ ବୋଲି କୁହାଯାଇଛି। ପୂର୍ବରୁ ମଧ୍ୟ ଛତିଶଗଡ଼ର ଦୁଇ ସାମ୍ବାଦିକଙ୍କୁ ନକ୍ସଲ ହତ୍ୟା କରିବା ପରେ ଏହାର କାରଣ ଦର୍ଶାଇ ନଥିଲେ। ଏବେ ପୁଣି ସାମ୍ବାଦିକକୁ ଟାର୍ଗେଟ କରିଥିବା ବେଳେ ଏହାର କାରଣ ମଧ୍ୟ ନକ୍ସଲ ସ୍ପଷ୍ଟ କରୁନାହାନ୍ତି।
ଆଜି ନକ୍ସଲ ବିରୋଧରେ ସାମ୍ବାଦିକ ସଂଘ ରାଲି ଏବଂ ସାଧାରଣ ସଭା ଆୟୋଜନ କରାଯିବ ନେଇ ନିଷ୍ପତ୍ତି ହେବ ପରେ ନକ୍ସଲ ଏହାକୁ ଡରି ଆଲୋଚନା ପାଇଁ ଡାକରା ଦେଇଛନ୍ତି। ନକ୍ସଲ ସଂଗଠନ ସାମ୍ବାଦିକମାନକୁ ଅନୁରୋଧ କରିଛନ୍ତି ଯେ ଏଭଳି ଆନ୍ଦୋଳନ କରାନଯାଉ। ଆପୋଷ ଆଲୋଚନା ମାଧ୍ୟମରେ ଏହାକୁ ସୁଧାର ଯାଇପାରିବ ବୋଲି ନକ୍ସଲ ସଂଗଠନ ଅନୁରୋଧ କରିଛି।

ସାମ୍ବାଦିକ ସଂଘ କିନ୍ତୁ ନକ୍ସଲଙ୍କ ଏହି ଚେତାବନୀକୁ ଚ୍ୟାଲେଞ୍ଜ କରିଛି। କର୍ପୋରେଟର ଏବଂ ପୁଞ୍ଜିପତିଙ୍କୁ ସମର୍ଥନ କରୁଥିବା ନେଇ ନକ୍ସଲ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ସାମ୍ବାଦିକ ସଂଘ କହିଛି। ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ତୀବ୍ରତର କରାଯିବ ବୋଲି ସଂଘ କହିଛି। ଏହି ଅବସରରେ ମାଲକାନଗିରି ସାମ୍ବାଦିକ ସଙ୍ଘର ସଭାପତି ଦେବ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ପ୍ରେମେନ୍ଦ୍ର ପରିଛ।, ଉପଦେଷ୍ଟା ଦେବବ୍ରତ ସେନା, ଉପ ସଭାପତି ସତ୍ୟ ନାରାୟଣ ପଣ୍ଡା, ରବି ରଶ୍ମି ଗୁରୁ, ସୀମାଞ୍ଚଳ ବିଶ୍ୱାଳ, ପ୍ରକାଶ ଓ ବିକ୍ରମ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ।

 

ସମ୍ବନ୍ଧିତ ଖବର