ଘସିପୁରା ବ୍ଲକ୍‌ରେ ଶହେ ପ୍ରାର୍ଥିପତ୍ର ନାକଚ

ଆନନ୍ଦପୁର : ଘସିପୁରା ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦବିରେ ନାମାଙ୍କନ ଦାଖଲ କରିଥିବା ଶହେ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି। ୭୦ଜଣ ୱାର୍ଡମେମ୍ବର ପ୍ରାର୍ଥୀ, ୨୮ଜଣ ସରପଞ୍ଚ ପ୍ରାର୍ଥୀ ଏବଂ ୨ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ଜଣାପଡ଼ିଛି। ୨୫ଟି ପଞ୍ଚାୟତର ବିଭିନ୍ନ ୱାର୍ଡରୁ ୬୭୦ଜଣ ପ୍ରାର୍ଥୀ ୱାର୍ଡସଭ୍ୟ ପଦବି ପାଇଁ ନାମାଙ୍କନ ଦାଖଲ କରିଥିଲେ। ସେଥିରୁ ୭୦ଜଣଙ୍କ ପ୍ରାର୍ଥିପତ୍ର ବିଭିନ୍ନ କାରଣରୁ ନାକଚ ହୋଇଛି। ସେହିପରି ସରପଞ୍ଚ ପଦବି ପାଇଁ ୧୪୩ଜଣ ନାମାଙ୍କନ ଦାଖଲ କରିଥିଲେ। ସେଥିରୁ ୨୮ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି।

ବଳରାମପୁର ପଞ୍ଚାୟତରେ ଦୁଇଜଣ, ବରିପାଳରେ ଜଣେ, ବାତୋରେ ୨, ଦରଡ଼ିପାଳରେ ଜଣେ, ଦେଓଗାଁ ୩, ଗଡ଼ବାନ୍ଧ‌ଗୋଡ଼ା ଜଣେ, ଗୋହିରା ୩, ପୁରୁଣାବାନ୍ଧଗୋଡ଼ା ୨, ରାମଚନ୍ଦ୍ରପୁର ୨, ମଦନପୁର ୬ ଏବଂ ସାଇଁକୁଳ ପଞ୍ଚାୟତରେ ୫ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ତରୁଆଁ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ସୁନୀତା ଖଟୁଆ ଏବଂ ଶାମୁକାନାଣ୍ଡି ପଞ୍ଚାୟତର ସମିତସଭ୍ୟ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ହେମ୍ବ୍ରମଙ୍କ ନାମାଙ୍କନପତ୍ର ନାକଚ ହୋଇଛି। ସମିତିସଭ୍ୟ ପଦବି ପାଇଁ ବିଭିନ୍ନ ପଞ୍ଚାୟତରୁ ୯୬ଜଣ ନାମାଙ୍କନ ଦାଖଲ କରିଥିଲେ। ୯୪ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି।‌ ସେହିପରି ଆନନ୍ଦପୁର ବ୍ଲକ୍‌ ମନୋହରପୁର ପଞ୍ଚାୟତର ଜଣେ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ସୂଚନା ମିଳିଛି। ହେଲେ ଏନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇ ନାହିଁ।

ସମ୍ବନ୍ଧିତ ଖବର