ବ୍ରହ୍ମଗିରି: ତାଳଗଛ ବଜ୍ରପାତକୁ ରୋକିବାରେ ସହାୟକ ହୋଇଥାଏ। ତାଳଗଛ ଲଗାଇବାକୁ ସରକାରୀ ସ୍ତରରେ ଉଦ୍ୟମ ମଧ୍ୟ ଚାଲିଛି। ଇତିମଧ୍ୟରେ ବ୍ରହ୍ମଗିରି ବ୍ଲକ୍ରେ ଗତ ୨ବର୍ଷ ମଧ୍ୟରେ ୨ଶହରୁ ଅଧିକ ତାଳଗଛ ବଜ୍ରପାତରେ ମରି ରାସ୍ତାକଡ଼ରେ ଖୁଣ୍ଟ ଭଳି ଛିଡ଼ା ହୋଇଛି। ସୂଚନା ଅନୁଯାୟୀ ବ୍ରହ୍ମଗିରି ବ୍ଲକ୍ର ବ୍ରାହ୍ମଣିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରୁ ମାତଲାପୁରକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ରହିଛି ଅନେକ ତାଳଗଛ। ଦକ୍ଷିଣକାଣିଆ କେନାଲ ବନ୍ଧରେ ଏହିସବୁ ତାଳଗଛ ରହିଛି। ପ୍ରାୟ ଶହେରୁ ଅଧିକ ତାଳଗଛ ରାସ୍ତାକଡ଼ରେ ଥିଲା। କିନ୍ତୁ ସେଥିମଧ୍ୟରୁ ଆଉ ମାତ୍ର ୩୦ଟି ତାଳଗଛ ଜୀବିତ ରହିଛି। ବାକି ୭୦ଟି ତାଳଗଛ ବଜ୍ରପାତରେ ଜଳି ନଷ୍ଟ ହୋଇଯାଇଛି।
ସେହିଭଳି ବ୍ରହ୍ମଗିରି–କୁସୁବେଣ୍ଟି ରାସ୍ତାକଡ଼ରେ ମଧ୍ୟ ଅନେକ ତାଳଗଛ ବଜ୍ରପାତରେ ନଷ୍ଟ ହୋଇଯାଇଛି। ବ୍ଲକ୍ରେ ୨ଶହରୁ ଅଧିକ ତାଳଗଛ ବଜ୍ରପାତରେ ନଷ୍ଟ ଯାଇଛି। ଖାଲି ତାଳଗଛ କାହିଁକି ନଡ଼ିଆଗଛ ମଧ୍ୟ ବଜ୍ରପାତରେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ୨୦୧୯ ଫନି ବାତ୍ୟାରୁ ବର୍ତ୍ତିଯାଇଥିବା କେତେକ ଉଚ୍ଚ ନଡ଼ିଆଗଛ ଏବେ ବଜ୍ରପାତରେ ମରିଯାଉଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/hfshshhsfsfh.jpg)