ଝରିଗାଁ: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ଗୁରୁବାର ଝରିଗାଁ ବ୍ଲକ ଇଛାପୁର ପଂଚୟତରେ ଅଣ୍ଡାମାଡ଼ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ପ୍ରତିବାଦରେ ଇଛାପୁର ପଞ୍ଚାୟତବାସୀ ଆଜି ଥାନା ଘେରାଉ କରିବା ସହିତ ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ଲୋକେ ଗିରଫ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏଥି ସହିତ ସେମାନେ ଦାବି କରଛନ୍ତି ଯେ, ଗିରଫ କରାଯାଇଥିବା ବ୍ୟକ୍ତିଙ୍କୁ ପୁଲିସ ନ ଛାଡ଼ିବେ ଆନ୍ଦୋଳନ ତୀବ୍ର ହେବ।
ସୂଚନାଯୋଗ୍ୟ, ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପାର୍ଥୀନୀଙ୍କ ପାଇଁ ନିର୍ବାଚନ ପ୍ରଚାର ପାଇଁ ଡେ଼ଫଗୁଡା ଗ୍ରାମରେ ଏକ ସଭାରେ ଯୋଗ ଦେଇ ବାଇକ ସଭାଯାତ୍ରାରେ ଧୂମାମ ଗ୍ରାମ ଦେଇ ଇଚ୍ଛାପୁର ଗ୍ରାମକୁ ଯାଉଥିବା ବେଳେ ନବରଂଗପୁର ସାଂସଦ ରମେଶ ମାଝିଙ୍କ ଉପରକୁୁ ହଠାତ ଅଣ୍ଡା ମାଡ଼ ହୋଇଥିଲା। ଏହି ଘଟଣାକୁ ନେଇ ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ମୁଣ୍ଡିମାଲ ଗ୍ରାମର ଚିତ୍ର ପ୍ରସାଦ ତିୱାରୀଙ୍କୁ ଝରିଗାଁ ପୁଲିସ ଗିରଫ କରିଛି। ଗିରଫକୁ ପ୍ରତିବାଦ କରି ଇଛାପୁର ପଂଚୟତର ୬ଟି ୱାର୍ଡର ଶହ ଶହ ଲୋକ ଆଜି ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ରାସ୍ତା ରୋକ କରିଛନ୍ତି।
/sambad/media/post_attachments/wp-content/uploads/2022/02/f5da746c-d40a-4a88-a77d-83e981cb3b7b-e1644576812477-1024x398.jpg)
ଘଟଣାରେ ଶ୍ରୀ ତିୱାରୀଙ୍କ କୌଣସି ସମ୍ପୃକ୍ତି ନଥିବା ବେଳେ ଝରିଗାଁ ପୁଲିସ କିଭଳି ଗିରଫ କରିଛି ବୋଲି କହିବା ସହ ଯେତେବେଳ ପର୍ଯ୍ୟନ୍ତ ଶ୍ରୀ ତିୱାରୀଙ୍କୁ ପୁଲିସ ଛାଡି ନାହିଁ ସେତେବେଳ ପର୍ଯ୍ୟନ୍ତ ରାସ୍ତାରୋକ କରିବେ ବୋଲି କହିଛନ୍ତି। ରାସ୍ତାରୋକ ପରେ ବହୁ ଗାଡି ଉଭୟ ପାର୍ଶ୍ୱରେ ଅଟିକି ରହିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/d741ff60-8030-4e69-b570-c0053b710bda.jpg)