ରାୟଗଡା: ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଅବସରରେ ରାୟଗଡା ବିଜୁ ଜନତା ଦଳରେ ମଙ୍ଗଳବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୈାର ପରିଷଦର ୱାର୍ଡ ନମ୍ବର ୫ର କାଉନସିଲର ସୁଣ୍ଡି ସୁମିତଙ୍କ ନେତୃତ୍ୱରେ ଉକ୍ତ ୱାର୍ଡର ବିଭିନ୍ନ ରାଜନୈତିକ ଦଳର ଶତାଧିକ ମହିଳା, ପୁରୁଷ, ଯୁବ ଭୋଟର ଓ କର୍ମୀମାନେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।
ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେଡି ଉପସଭାପତି ଏନ.ଭାସ୍କର ରାଓଙ୍କ ଉପସ୍ଥିତିରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ମିଶ୍ରଣ କାର୍ଯ୍ୟକ୍ରମରେ ଶ୍ରୀ ରାଓ ସମସ୍ତ ନୂଆ କର୍ମୀଙ୍କୁ ବିଜେଡି ଉତ୍ତରୀୟ ପକାଇ ଦଳକୁ ସ୍ୱାଗତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ବିଧାୟକ ଓ ଲୋକସଭା ଆସନ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ପାଇଁ ତୃଣମୂଳ ସ୍ତରରେ କାମ କରିବା ପାଇଁ ଦିଗଦର୍ଶନ ଦେଇଥିଲେ।
ବିଜୁ ଜନତା ଦଳର ନୀତି ଆଦର୍ଶ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତି, ସୁଶାସନ ଏବଂ ଜନ ହିତକର ସମସ୍ତ ଯୋଜନାରେ ଅନୁପ୍ରାଣିତ ହୋଇ ଆମେ ବିଜୁ ଜନତା ଦଳରେ ସାମିଲ ହୋଇଛୁ ବୋଲି ଗତ ପୈାର ପରିଷଦ ନିର୍ବାଚନରେ ପରାଜୟ ହୋଇଥିବା ୱାର୍ଡ ନମ୍ବର ୫ର ବିଜେପି କାଉନସିଲର ପ୍ରାର୍ଥୀ ଚନ୍ଦ୍ରଶେଖର ପାଲକା ପ୍ରକାଶ କରିଛନ୍ତି। ବିଭିନ୍ନ ଦଳର ଗଣେଷ ସାହୁ, ଶ୍ରୀନୁ ରାସକା, ବଳରାମ ବାଗ, ହରି ସଗଡିଆ, ସୁରେଶ କାଡ୍ରାକା, ସିକା ମହାନନ୍ଦିଆ, ବି.ଲାରମନ, କିଷାନ ଖୋସଲା, ବନମାଳୀ ପାଲକା, ନିରଞ୍ଜନ ବିଡ଼ିକା, ଶିବ ବିଡ଼ିକା ସମେତ ଶତାଧିକ ସମର୍ଥକମାନଙ୍କ ସହ ଶ୍ରୀ ପାଲକା ବିଜେଡିରେ ସାମିଲ ହୋଇଥିବାରୁ ଭାସ୍କର ରାଓଙ୍କ ସମେତ ସୁଣ୍ଡି ସୁମିତଙ୍କୁ କୃତଞତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୈାର ପରିଷଦର ଅନ୍ୟ କାଉନସିଲବୃନ୍ଦଙ୍କ ସହ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।