ତାଳଚେର: ବିଜେଡି ସରକାର ସମୟରେ ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ପଦାର୍ଥର ବ୍ୟାପକ ଚୋରା ଚାଲାଣ ନେଇ ଅନେକ ଅଭିଯୋଗ ହୋଇଥିଲା। ଏହି ଲଘୁ ଖଣିଜ ପଦାର୍ଥ ଭିତରେ ପ୍ରମୁଖ ଥିଲା ବିଭିନ୍ନ ବାଲିଘାଟରୁ ବାଲି ଚୋରା ଚାଲାଣ। ଏହା ଦ୍ବାରା ସରକାର ବହୁ ରାଜସ୍ବ ହରାଉଥିଲେ। ହେଲେ ସରକାର ବଦଳିବା ପରେ ମଧ୍ୟ ଏହି ଧାରାରେ କିଛି ପରିବର୍ତ୍ତନ ହୋଇନାହିଁ। ବରଂ, ବାଲି ମାଫିଆମାନେ ବ୍ରାହ୍ମଣୀ ନଦୀରୁ ବେଆଇନ୍ ଭାବେ ଶହ ଶହ ଟ୍ରିପ୍ ବାଲି ଉତ୍ତୋଳନ କରି ବିଭିନ୍ନ ଜାଗାରେ ଗଦା କରିରଖୁଛନ୍ତି। ପରେ ଏହାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ରାଜସ୍ବ ଫାଙ୍କି ଚାଲିଛନ୍ତି। ଅନୁଗୁଳ ଜିଲ୍ଲାର କଣିହାଁ, ତାଳଚେର ଓ ଢେଙ୍କାନାଳଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ କଣିହାଁଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ମୋଟ ୧୮ଟି ବାଲିଘାଟ ରହିଛି। ଅଧିକାଂଶ ଘାଟଗୁଡ଼ିକରୁ ବାଲିଉଠାଣ ନିମନ୍ତେ ବୈଧ ଅନୁମତି ନାହିଁ। ଏହା ସତ୍ତ୍ବେ ବାଲିଘାଟଗୁଡ଼ିକରୁ ବେଆଇନ ଭାବେ ବାଲିଚାଲାଣ ହେଉଛି। ବର୍ତ୍ତମାନ ବର୍ଷା ଋତୁ ଆସି ଯାଇଥିବାରୁ ବାଲି ମାଫିଆ ହଜାର ହଜାର ଟ୍ରିପ୍ ବାଲି ନଦୀରୁ ଉଠାଇ ସରକାରୀ ଗୋଚର ଜମିରେ ଗଦା କରି ରଖୁଛନ୍ତି। ତାଳଚେର ଧରମପୁର ପଞ୍ଚାୟତଠାରୁ ଆରମ୍ଭ କରି ସନ୍ଥପଡ଼ା ପଞ୍ଚାୟତ ପର୍ଯ୍ୟନ୍ତ ଗ୍ରାମ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଟ୍ରିପ୍ ବାଲି ଗଦା ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳର ବସୁଲୋଇ, କୁଲେଇ, ଜଟିଆ, ବଡ଼କମର, ସାନକମର ଭଳି ଅନେକ ବାଲିଘାଟର ଲିଜ୍ଧାରୀ ରାତିଅଧିଆ ବାଲି ଚାଲାଣ କରିବା ସହିତ ସରକାରୀ ଓ ଗୋଚର ଜମିରେ ବାଲିଗଦା କରି ରଖୁଥିବା ଅଭିଯୋଗ ହୋଇଆସୁଛି। ବାଲି ଚୋରା ଚାଲାଣକୁ ରୋକିବା ଲାଗି ଖଣି ଉପନିର୍ଦେଶକ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଗଠିତ ହୋଇଛି। ହେଲେ ପୁଲିସ ଓ ଖଣି ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ଅଭାବରୁ ବାଲି ମାଫିଆ ଏହାର ଫାଇଦା ଉଠାଉଛନ୍ତି।
ଏ ସଂପର୍କରେ ତାଳଚେର ଭାରପ୍ରାପ୍ତ ଖଣି ଉପନିଦେର୍ଶକ ଶୁଭେନ୍ଦୁ ସାମଲଙ୍କୁ ପଚାରିବାରୁ ସେ କହିଛନ୍ତି, ବାଲିଘାଟ ଉପରେ ପ୍ରତିଦିନ ଚଢ଼ଉ ହେଉଛି। ଯେଉଁ ଲିଜ୍ଧାରୀ ଜମିରେ ବାଲିଗଦା କରୁଛନ୍ତି, ସେଠାରେ ଉକ୍ତ ଅଞ୍ଚଳର ତହସିଲଦାର ଚଢ଼ଉ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିବେ।
ଗୋଚର ଜମିରେ ଶହ ଶହ ଟ୍ରିପ୍ ବାଲି ଗଦା
ବିଜେଡି ସରକାର ସମୟରେ ତାଳଚେର ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ପଦାର୍ଥର ବ୍ୟାପକ ଚୋରା ଚାଲାଣ ନେଇ ଅନେକ ଅଭିଯୋଗ ହୋଇଥିଲା। ଏହି ଲଘୁ ଖଣିଜ ପଦାର୍ଥ ଭିତରେ ପ୍ରମୁଖ ଥିଲା ବିଭିନ୍ନ ବାଲିଘାଟରୁ...
/sambad/media/media_files/2025/06/23/bgtrfdjkl-2025-06-23-06-11-54.jpg)