ଭୁବନେଶ୍ବର: ୬ ଦଫା ଦାବି ନେଇ ଲୋୟର ପିଏମଜିରେ ଆମରଣ ଅନଶନରେ ଏସ୍‌ଏସ୍‌ବି ଆଶାୟୀ ପରମେଶ୍ବର ବଳ। ଯେ ପର୍ଯ୍ୟନ୍ତ ଦାବି ପୂରଣ ନାହୋଇଛି, ସେ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବା ପାଇଁ ସେ କହିଛନ୍ତି।

Advertisment

ଦୀର୍ଘ ୨ ବର୍ଷ ହେଲା ଏସ୍‌ଏସ୍‌ବି ପରୀକ୍ଷା ପାଇଁ ୮୫ ହଜାର ଛାତ୍ରଛାତ୍ରୀ ସଂଘର୍ଷ କରୁଛନ୍ତି। ଅନେକ ଥର ଅଧିକାରୀଙ୍କୁ ନିବେଦନ କରିଥିଲେ ମଧ୍ୟ ପ୍ରତ୍ୟେକ ଥର ନିରାଶାର ସ୍ଵାଦ ଚାଖୁଛୁ। ବର୍ତ୍ତମାନ ଆଉ କାହା ପାଖକୁ ଯିବାର ନାହିଁ କି ନେହୁରା ହେବାର ନାହିଁ। ୬ ଦଫା ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।

ଦୀର୍ଘ ୧୮ ମାସ ହେଲା ଆମେ ଏସ୍‌ଏସ୍‌ବି ପରୀକ୍ଷା ପାଇଁ ନ୍ୟାୟିକ ଲଢେ଼ଇ କରୁଛୁ। ଗତ ୨୨ ତାରିଖରେ ପ୍ରତ୍ୟେକ ଜିଲ୍ଳାର ଆଶାୟୀ ପରୀକ୍ଷାର୍ଥୀମାନେ ଆନ୍ଦୋଳନ ବି କରିଥିଲୁ। ଏହା ସତ୍ତ୍ୱେ ବି ସରକାର ଆମ ଦାବି ଶୁଣୁନାହାନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହେଲେ ପରୀକ୍ଷାର୍ଥୀଙ୍କ ଅସୁବିଧା କେମିତି ଜାଣିପାରୁନାହାନ୍ତି। ତୁରନ୍ତ ଏଜି ନ୍ୟାୟାଳୟରେ ଉପସ୍ଥିତ ହୋଇ ଏ ଘଟଣାର ସମଧାନ କରନ୍ତୁ। ଚଳିତ ବର୍ଷ ହିଁ ଏସ୍ ଏସ୍ ବି ପରୀକ୍ଷା କରଯାଉ ବୋଲି ପରମେଶ୍ବର କହିଛନ୍ତି।

Bhubaneswar