ସମ୍ବଲପୁର : ଆଜି ପୁଣି ସମ୍ବଲପୁର ଅଇଁଠାପାଲି ଥାନା ଅଂଚଳରୁ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ସମ୍ବଲପୁର ଏସ୍ଆର୍ଆଇଟି ଅଂଚଳରେ ଦୁଇ ଦିନ ହେଲା ଜଣେ ବ୍ୟକ୍ତି ବୁଲାବୁଲି କରୁଥିଲେ। ପେଟର ଜ୍ବାଳା ସହ୍ୟ କରିନପାରି ସେ ରବିବାର ମଧ୍ୟାହ୍ନରେ ରାସ୍ତା ପାର୍ଶ୍ବରେ ଥିବା ଏକ ଡଷ୍ଟବିନରୁ ଖାଦ୍ୟ ସଂଗ୍ରହ କରୁଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଇଁଠାପାଲି ଥାନା ଅଧିକାରୀ ଯୋଗେଶ ପଣ୍ଡା ଏବଂ ସ୍ବେଚ୍ଛାସେବୀ ଦିଲୀପ ପଣ୍ଡା ସେଠାରେ ପହଂଚି ଥିଲେ। ସଂପୃକ୍ତ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ସହିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପରିଚୟ’କୁ ସଂପୃକ୍ତ ବ୍ୟକ୍ତିଙ୍କ ରହିବା ଓ ଅନ୍ୟାନ୍ୟ ସୁବିଧା କରିବାକୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଶ୍ରୀ ପଣ୍ଡା କହିଛନ୍ତି।
ଡଷ୍ଟବିନରୁ ଖାଦ୍ୟ ସଂଗ୍ରହ କରୁଥିବା ଯୁବକ ଉଦ୍ଧାର
/sambad/media/post_attachments/wp-content/uploads/2021/05/sambalpur.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)