ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା: ଶିମିଳିପାଳ ଅଭୟାରଣ୍ୟର ସଞ୍ଜ କମ୍ପାର୍ଟମେଣ୍ଟ-୩ ନିକଟରୁ ଆଜି ଡୁକୁରା ବନ ବିଭାଗ ପକ୍ଷରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଶିକାରୀ ବଡ଼ସାହି ଥାନା ଚେକାମରା ଗ୍ରାମର ଡୁବା ସିଂ(୬୫)। ତା’ନିକଟରୁ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ, ଛୁରୀ, ଲୁହା ଗୋଲି ଓ ବିସ୍ଫୋରକ(ବାରୁଦ) ଜବତ କରାଯାଇଛି। ଆଜି ଭୋର୍‌ ସମୟରେ ଡୁକୁରା ରେଞ୍ଜର ଅନନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଶିମିଳିପାଳ ପାଦଦେଶରେ ପାଟ୍ରୋଲିଂ ଚାଲିଥିଲା। କୋର ଅଞ୍ଚଳର ସଞ୍ଜ କମ୍ପାର୍ଟମେଣ୍ଟ-୩ ତଥା କାରାମଘୁଟସ୍ଥିତ ରବର ବଗିଚା ମଧ୍ୟରେ ଶିକାରୀ ସହିତ ବନ କର୍ମଚାରୀମାନେ ମୁହାଁମୁହିଁ ହୋଇଯାଇଥିଲେ। ପାଟ୍ରୋଲିଂ ଟିମ୍‌ ଡୁବାଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଏନେଇ ଏକ ମାମଲା ରୁଜୁ କରି ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର