ବୁଗୁଡ଼ା/ବେଲଗୁଣ୍ଠା : ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଉଥିଲେ। ନିଜେ ତାରରେ ଫସି ଜୀବନ ହରାଇଲେ ଶିକାରୀ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଜ୍ରଗଡ଼ ଗ୍ରାମରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ମୃତକ ଜଣକ ହେଲେ, ବଜ୍ରଗଡ଼ ଗ୍ରାମର ନାରାୟଣ ନାୟକ (୩୫)।
/sambad/media/post_attachments/wp-content/uploads/2021/05/ggga.jpg)
ନାରାୟଣ ଓ ତାଙ୍କର ୩ ଜଣ ସହଯୋଗୀ ଆଜି ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାରକୁ ବହୁ ଦୂର ପର୍ଯ୍ୟନ୍ତ ବିଛାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଅସାବଧାନତାବଶତଃ ନାରାୟଣ ବିଦ୍ୟୁତ ସଂଚାଳିତ ହେଉଥିବା ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟମାନେ ସେଠାରୁ ଚମ୍ପଟ୍ ମାରିଥିଲେ। ଗ୍ରାମବାସୀ ସକାଳେ ଶବ ଦେଖି ବିଦ୍ୟୁତ୍ ସରବରାହ ବନ୍ଦ କରି ନାରାୟଣଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ରେଞ୍ଜର୍ ଫକୀର ଚରଣ ବେହେରା ସୂଚନା ଦେଇଛନ୍ତି। ସେହିପରି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ଏହି ଘଟଣା ଘଟିଥିବାରୁ ବିଦ୍ୟୁତ ବିଭାଗ ଓ ପୁଲିସ ପକ୍ଷରୁ ଏହାର ମିଳିତ ତଦନ୍ତ ହେବ ବୋଲି ସେ କହିଛନ୍ତି।ଫରେଷ୍ଟଗାର୍ଡ଼ ପ୍ରଶାନ୍ତ ପଲେଇ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲେ।
ଅନ୍ୟପକ୍ଷରେ ନାରାୟଣ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ତାରରେ ଲାଗି ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ କହୁଛନ୍ତି। କିନ୍ତୁ ଅଧିକ ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dead-body-860x573_1200x768_1200x768.jpeg)