ଶିମିଳିପାଳରେ ବେଧଡ଼କ ଶିକାର: ୫୦ କେଜିରୁ ଅଧିକ କୁଟୁରା, ବାର୍‌ହା ମାଂସ ଓ ୨ ବନ୍ଧୁକ ଜବତ

ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲା ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ଶିମିଳିପାଳ ଅଭୟାରଣ୍ୟରୁ ବନ କର୍ମଚାରୀମାନେ ଆଜି ସନ୍ଧ୍ୟାରେ ଦୁଇଟି ଦେଶୀ ବନ୍ଧୁକ ଓ କୁଟୁରା ମାଂସ ଜବତ କରିଥିବା ବେଳେ ଅଭୟାରଣ୍ୟ ପାଦଦେଶର ଏକ ଗ୍ରାମରୁ ୪୦/୫୦ କେଜି ଓଜନର ମୃତ ବାର୍‌ହା ଜବତ କରିବାରେ ସଫଳ ହୋଇଛନ୍ତି। ତେବେ ସମ୍ପୃକ୍ତ ଶିକାରୀମାନେ ଖସିଯାଇଛନ୍ତି। ସୂଚନା ଅନୁଯାୟୀ ଅଭୟାରଣ୍ୟର ବଣିଆବସା ଓ ବହଳଦା ସେକ୍ସନ ମଧ୍ୟବର୍ତ୍ତୀ ସାଞ୍ଜ କମ୍ପାର୍ଟମେଣ୍ଟ-୧୨ ନିକଟରେ କିଛି ଶିକାରୀ ଶିକାର କରି ଫେରୁଥିବା ବେଳେ ପାଟ୍ରୋଲିଂରେ ଥିବା ବନ କର୍ମଚାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ବନ କର୍ମଚାରୀଙ୍କୁ ଦେଖି ୨ଟି ବନ୍ଧୁକ ଓ କୁଟୁରା ମାଂସ ଫିଙ୍ଗି ଦେଇ ଚମ୍ପଟ ମାରିଥିଲେ ଅଭିଯୁକ୍ତ। ସେହିପରି ଲମ୍ବାସାହି ଗ୍ରାମରେ କିଛି ଶିକାରୀ ବାର୍‌ହା ଶିକାର କରି ମାଂସ କାଟୁଥିବା ସମୟରେ ଚଢ଼ଉ କରିଥିଲା ବନ ବିଭାଗ। ଶିକାରୀମାନେ ମାଂସ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ।

ସମ୍ବନ୍ଧିତ ଖବର