ବଲାଙ୍ଗୀର: ହୃଦ୍ଘାତରେ ଯବାନଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ସିଆର୍ପିଏଫ୍ର ୧୮୯ ବାଟାଲିଆନରେ ଯବାନ ଭାବେ କାମ କରୁଥିଲେ ବିହାର ରାଜ୍ୟ ଗୋନାୱା ଗାଁର ଅନିଲ ସିହ୍ନା। ଖପ୍ରାଖୋଲ ଠାରେ ଡ୍ୟୁଟି କରୁଥିବା ସମୟରେ ୫୮ ବର୍ଷୀୟ ଅନିଲ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।
ସଂଗେ ସଂଗେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା। ହସପିଟାଲରେ ଅନିଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ଡାକ୍ତର। ଶବ ବ୍ୟବଚ୍ଛେଦ କଫିନରେ ଭର୍ତ୍ତି କରି ଶବ ବ୍ୟବଚ୍ଛେଦ ଗୃହ ସମ୍ମୁଖରେ ତ୍ରିରଙ୍ଗା ଦେଇ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସିଆର୍ପିଏଫ୍ କମାଣ୍ଡାଣ୍ଟ ଉପସ୍ଥିତ ରହି ଯବାନଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ପଠାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)