ବରପାଲି: ଏକ ବିବାହ ସମାରୋହରେ ଯୋଗଦେବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସି କାର୍‌ ଧକ୍କା ଦେଇଛି। ଏଥିରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ।  ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ ସରଣ୍ଡାପାଲି ଗ୍ରାମରେ ଏହି ଅଭାବନୀୟ ଦୁର୍ଘଟଣାର ସାମ୍ନା କରିଛନ୍ତି ଗଣେଶ ରାମ ସାହୁ ଓ ତାଙ୍କର ସ୍ତ୍ରୀ ସନ୍ତୋଷିନୀ ସାହୁ।

Advertisment

ଘଟଣାରୁ ପ୍ରକାଶ ଯେ ବରଗଡ଼ ଜିଲ୍ଲା ବିଜେପୁର ନିକଟରେ ଥିବା କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ପତ୍ନୀ ସନ୍ତୋଷୀନି ସାହୁ ଏକ ବାଇକ୍ (ସିଜି୧୧ ଏଡି୨୪୩୩) ଯୋଗେ ପଥର୍ଲ୍ଲ। ଗ୍ରାମକୁ ବାହା ଘରରେ ଯୋଗଦେବା ପାଇଁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା କାର (ସିଜି ୦୪ ଏନ ଟି ୧୧୦୧) ତାଙ୍କୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣାସ୍ଥଳରେ ଗଣେଶ ଓ ତାଙ୍କ ପତ୍ନୀ ଛିଟିକି ପଡିଥିଲେ । ଫଳରେ ଗଣେଶଙ୍କ  ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ସନ୍ତୋଷିନୀଙ୍କୁ ଗୁରୁତର ଆହତ ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

publive-image

ଦୁର୍ଘଟଣା କରିଥିବା କାର୍‌ର ସାମ୍ନା ଭାଗଟି ବ୍ୟାପକ କ୍ଷତି ହୋଇଛି। ଧକ୍କାଦେଇଥିବା କାରଟି ବନ୍ଧପାଲିର ବିଷ୍ଣୁ ରାଇସ ମିଲର ଓ ମାଲିକ ରାହୁଲ ଗୋୟଲଙ୍କର ଏଵଂ ସେ ନିଜେ କାର ଚଳାଉଥିବା ଜଣାପଡ଼ିଛି। ବରପାଲି ପୁଲିସ ଦୁର୍ଘଟଣା ସଂପର୍କିତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କାର ଚାଳକ ରାହୁଲ ଗୋୟଲଙ୍କୁ ଅଟକ ରଖି  ତଦନ୍ତ ଚଳାଇବା ସହିତ ଏକ ମାମଲା ରୁଜୁ କରି ମୃତ ବ୍ୟକ୍ତି ଦ୍ଵୟଙ୍କ ଶବକୁ ବ୍ୟବଛେଦପାଇଁ ବରଗଡ଼ ପଠାଇଥିବା ଜଣାପଡିଛି।