ପତ୍ନୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ବାମୀ ଗିରଫ

ପତ୍ନୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ବାମୀ ଗିରଫ

Babylon Radio

ଇବ୍‌ଥର୍ମାଲ : ବନହରପାଲି ଥାନା ସହରେଇପଡ଼ାର ଶ୍ୟାମଲାଲ ଓରାମ(୪୪)ଙ୍କୁ ପତ୍ନୀ ହତ୍ୟା ଉଦ୍ୟମ ଅଭିଯୋଗରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ମଦପିଇ ପତ୍ନୀ ବାସନ୍ତୀ ଓରାମଙ୍କୁ ଗାଲିଗୁଳଜ କରିବା ସହ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ବାସନ୍ତୀଙ୍କ ଘରେ ତାଙ୍କ ମାଆ ଉପସ୍ଥିତ ଥିଲେ। ସେ ଶ୍ୟାମଲାଲକୁ ବିରୋଧ କରି ଝିଅକୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ବାସନ୍ତୀଙ୍କ ମା’ ସ୍ଥାନୀୟ ଭଦ୍ରଲୋକଙ୍କ ସହୟତାରେ ଆପୋସ ସମାଧାନ ପାଇଁ ପ୍ରୟାସ କରିଥିଲେ। ମାତ୍ର ଶ୍ୟାମଲାଲ ଓରାମ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ ବ୍ୟକ୍ତ କରିବା ସହ କୌଣସି ପରିସ୍ଥିତିରେ ଆପୋସ ସମାଧାନର ସମ୍ଭାବନା ନାହିଁ ବୋଲି କହିବା ସହ ଗାଳି ଗୁଲଜ କରିଥିଲେ। ଏହାପରେ ବାସନ୍ତୀ ବନହରପାଲି ଥାନାରେ ସ୍ଵାମୀଙ୍କ ନାମରେ ଅଭିଯୋଗ କରିଥିଲେ। ବାସନ୍ତୀଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଶ୍ୟାମଲାଲଙ୍କୁ ଗୁରବାର ସକାଳେ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe