ପତ୍ନୀଙ୍କ କିଡନି ବିକ୍ରି ଅଭିଯୋଗରେ ସ୍ବାମୀ ଗିରଫ

ମାଲକାନଗିରି: ପତ୍ନୀଙ୍କ କିଡନି ବିକ୍ରି କରି ଟଙ୍କା ହଡ଼ପ କରିଥିବା ସ୍ୱାମୀଙ୍କୁ ପୁଲିସ ଶେଷରେ ଗିରଫ କରିଛି। ମାଲକାନଗିରି ଥାନା ଅନ୍ତର୍ଗତ କୋତାମେଟା ଗ୍ରାମର ପ୍ରଶାନ୍ତ କୁଣ୍ଡୁ ରଂଜିତା କୁଣ୍ଡୁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଦୁହିଁଙ୍କ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ। କିନ୍ତୁ ପ୍ରଶାନ୍ତ ସବୁବେଳେ ଯୌତୁକ ପାଇଁ ପତ୍ନୀଙ୍କୁ ମାରଧର କରିବା ସହ ନିର୍ଯାତନା ଦେଉଥିଲେ।

ଶେଷରେ କିଡନି ବିକ୍ରି କରି ଟଙ୍କା ଦେବାକୁ ବାଧ୍ୟ କରି ଜବରଦସ୍ତ କିଡନି ବିକ୍ରି କରି ଟଙ୍କାକୁ ଆତ୍ମସାତ କରିଥିଲା। ଏନେଇ ମାଲକାନଗିରି ଥାନାରେ ପତ୍ନୀ ଏତଲା ଦେଇଥିଲେ। ପୁଲିସ ଏତଲାକୁ ଭିତ୍ତି କରି ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର