ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ପାଟମୁଣ୍ଡା ପଞ୍ଚାୟତର ପୋଡ଼ାଡିହି ବସ୍ତିରେ ଗତ ଗୁରୁବାର ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଟାଙ୍ଗିଆରେ ହାଣି ଗର୍ଭବତୀ ପତ୍ନୀକୁ ହତ୍ୟା କରିଛି ସ୍ବାମୀ। କୋଇଡ଼ା ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ ଗୁରୁବାର ମଧ୍ୟାହ୍ନରେ ପୋଡ଼ାଡିହି ବସ୍ତିର ବୁଧୁ ମୁଣ୍ଡା(୩୦) ସହିତ ପତ୍ନୀ ସମ୍ବାରି ମୁଣ୍ଡା(୨୫)ଙ୍କର କୌଣସି କାରଣରୁ ବଚସା ହୋଇଥିଲା। ଝଗଡ଼ା ପରେ ସମ୍ବାରି ପାଖ ଜଙ୍ଗଲରୁ କାଠ କାଟିବାକୁ ବାହାରି ଥିଲା। ଏହି ସମୟରେ ରାଗ ଗରଗର ହୋଇ ବୁଧୁ ପତ୍ନୀ ଧରିଥିବା କାଠ କଟା ଟାଙ୍ଗିଆକୁ ଛଡ଼ାଇ ଆଣି ତା ଉପରେ ଚୋଟ ପରେ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସମ୍ବାରିର ମୃତ୍ୟୁ ହୋଇଥିଲା ଘଟଣା ପରେ ସ୍ଥାନୀୟ ୱାର୍ଡମେମ୍ବର କୋଇଡ଼ା ଥାନାରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗିଆ ସହିତ ବୁଧୁ ମୁଣ୍ଡାକୁ ଗିରଫ କରିଥିଲା। ଏ ସଂପର୍କରେ ପୁଲିସ ଆଜି ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଛି। ଲାଗ ଲାଗ ଦୁଇ ଦୁଇଟି ହତ୍ୟାକାଣ୍ଡ କୋଇଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଶେଷ କରି ମାଲଦାର ଓରାଘାଟ ଗ୍ରାମ, ପାଟମୁଣ୍ଡାର ଉପର ଗ୍ରାମ ଓ ବାଲିଯୋଡି ଗ୍ରାମର ମୁଣ୍ଡା ବସ୍ତିମାନଙ୍କରେ ମଦ ନିଶା, ଆର୍ଥିକ ସଂକଟ, ଘରୋଇ ହିଂସା ଓ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଏଇଭଳି ନୃଶଂସ ହତ୍ୟାକାଣ୍ଡମାନ ଘଟୁଥିବା ପରିଲକ୍ଷିତ ହୋଇଛି। ଏଥିପ୍ରତି ସ୍ଥାନୀୟ ପୁଲିସ ପ୍ରଶାସନର ଅଣଦେଖାକୁ ସାଧାରଣରେ ନିନ୍ଦା କରାଯାଇଛି। ଏହି ହିଂସାକୁ ରୋକିବାରେ କୋଇଡ଼ା ପୁଲିସ ସଂପୁର୍ଣ୍ଣ ଭାବେ ବିଫଳ ହୋଇଛି। ପୁଲିସ ଏଦିଗରେ ସାମାନ୍ୟତମ ଆଗ୍ରହ ପ୍ରଦର୍ଶନ କରୁନଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2020/12/sundargarh-murder-a.jpg)
ଅନ୍ୟପକ୍ଷରେ ୮ମାସର ଗର୍ଭବତୀ ପତ୍ନୀ ସମ୍ବାରିକୁ ହତ୍ୟା କରି ବୁଧୁ ମୁଣ୍ଡା ଗିରଫ ହୋଇ ଜେଲ୍ ଯିବା ପରେ ତା ପରିବାରର ବୁଢ଼ୀ ମା ଗୁରୁବାରି ମୁଣ୍ଡା, ତିନି ପିଲା ରୂପା ମୁଣ୍ଡା(୭), ଶୁ୍କ୍ରମଣି ମୁଣ୍ଡା(୫), ବୁଧୁନି ମୁଣ୍ଡା(୩) ଅସହାୟ ହୋଇପଡ଼ିଛନ୍ତି। ଏହିଭଳି ହତ୍ୟାକାଣ୍ଡ ସମୟ ସମୟରେ ଗୋଟିଏ ଗୋଟିଏ ପରିବାରକୁ ନିଶ୍ଚିନ୍ନ କରିଦେଉଥିଲାବେଳେ କିଛି ପରିବାରକୁ ଅସହାୟ କରିଦେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅସହାୟ ପରିବାରଗୁଡିକର ଥଇଥାନ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/sundargarh.jpg)