ସ୍ବାମୀ ମାଡରେ ସ୍ତ୍ରୀ ଗୁରୁତର: ପୌରାଧ୍ୟକ୍ଷଙ୍କ ସହାୟତାରେ ମହିଳା ବଞ୍ଚିଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ସ୍ବାମୀ ତାର ସ୍ତ୍ରୀକୁ ନିସ୍ତୁକ ମାଡ ମାରିବାରୁ ସ୍ତ୍ରୀ ଗୁରୁତର ହୋଇଥିଲେ। ଏନେଇ ନୂତନ ପୌରାଧ୍ୟକ୍ଷ ମନୋଜ ବାରିକ ଜାଣିବା ପରେ ତୁରନ୍ତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।ଘଟଣା ଅନୁଯାୟୀ ମୋଟୁ ଅଂଚଳର ପୁଷୁଗୁଡା ଗ୍ରାମର ଅନୁପ ରାୟ ଏବଂ ତାଂକ ସ୍ତ୍ରୀ ଆଶା ରାୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ତେବେ ସ୍ବାମୀ ଅନୁପ ସ୍ତ୍ରୀ ଆଶାକୁ ନିର୍ଦ୍ଧୁମ ପିଟିଥିଲେ। ଯାହାଫଳରେ ଆଶା ଗୁରୁତର ହୋଇଯାଇଥିଲେ।ତାଂକୁ ତୁରନ୍ତ ମାଲକାନଗିରି ମେଡିକାଲକୁ ପଠାଯାଇଥିଲା।

ଏହି ଖବର ପୌରାଧ୍ୟକ୍ଷ ମନୋଜ ବାରିକ ଜାଣିବା ପରେ ଆଶାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରି ତାଂକର ଚିକିତ୍ସାର ବନ୍ଦୋବସ୍ତ କରାଇଥିଲେ। ନିଜ ଉଦ୍ୟମରେ ସେ ସମସ୍ତ ଖର୍ଚ୍ଚ କରି ସେ ଆଶାର ଚିକିତ୍ସା କରାଇଥିଲେ।ଡାକ୍ତର ସହ ଆଲୋଚନା କରି କିପରି ସେ ଶୀଘ୍ର ସୁସ୍ଥ ହେବେ ସେନେଇ ସମସ୍ତ ବ୍ୟବସ୍ଥା କରିଥିଲେ।ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ତାଂକୁ ତୁରନ୍ତ କୋରାପୁଟ ମେଡିକାଲ କଲେଜକୁ ପଠାଇବା ପାଇଁ ପରାମର୍ଶ ଦେଇଥିଲେ। ପୌରାଧ୍ୟକ୍ଷ ମନୋଜ ଏକ ଆମ୍ବୁଲେନସର ବ୍ୟବସ୍ଥା କରି ଆଶାକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।ଏହି ସମୟରେ ପୌରାଧ୍ୟକ୍ଷଙ୍କ ସହ କେ ରାହୁଲ,ବିକାଶ ଦାସ,ସୁଖଦେବ ବୈରାଗୀ,ସୁରେନ୍ଦ୍ର ବେମାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର