ପର ସ୍ତ୍ରୀଙ୍କୁ ନିଜ ସ୍ତ୍ରୀ କହି ଛେଚା ଖାଇଲେ

ଚାନ୍ଦବାଲି : କମ୍ପ୍ୟୁଟର ଶିକ୍ଷୟିତ୍ରୀ ଜଣଙ୍କୁ ବିବାହ କରିବା ପରେ ପୁଣି ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇ ସ୍ୱାମୀ ଭାବେ ଗ୍ରହଣ କରିବାକୁ ନେଇ ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁର ପଂଚାୟତରର ଏକ ସ୍କୁଲରେ ଲଙ୍କାକାଣ୍ଡ ଘଟିଛି। ପରୀକ୍ଷା ପାଇଁ କମ୍ପ୍ୟୁଟର ଶିକ୍ଷୟିତ୍ରୀ ଆଜି ସ୍କୁଲରେ ପ୍ରସ୍ତୁତି କାଯ୍ୟର୍ରେ ଲାଗିଥିଲେ। ଏହି ସମୟରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସ୍କୁଟି ଚାବି ମାଗିବାକୁ ସ୍କୁଲକୁ ଯାଇଥିଲେ। ଏହି ସମୟରେ କମ୍ପ୍ୟୁଟର କାଯ୍ୟର୍ାଳୟରେ ତାଙ୍କ ପତ୍ନୀ ଓ ଅନ୍ୟଜଣେ ଯୁବକ ବସିଥିଲେ। ବିଦ୍ୟାଳୟରେ ପରୀକ୍ଷା ପାଇଁ କାମ ଚାଲିଛି ଏବେ ଚାଲିଯାଅ ବୋଲି ଶିକ୍ଷୟିତ୍ରୀ ଜଣଙ୍କ ତାଙ୍କ ସ୍ୱାମୀଙ୍କୁ କହିଥିଲେ। ପତ୍ନୀଙ୍କ ଏପରି ବ୍ୟବହାରରେ ସଂଦେହ କରି ସ୍ୱାମୀ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ସେଠାରେ ବସିଥିବା ଯୁବକ ସମ୍ପର୍କରେ ପଚାରିଥିଲେ। ଯୁବକ ଜଣକ କେନ୍ଦ୍ରପଡ଼ା ଜିଲ୍ଲାର କାନାଡ଼ା ବ୍ୟାଙ୍କର ଜଣେ କର୍ମଚାରୀ ବୋଲି କହିଥିବା ବେଳେ କମ୍ପ୍ୟୁଟର ଶିକ୍ଷୟିତ୍ରୀ ତାଙ୍କ ପତ୍ନୀ ବୋଲି ଶିକ୍ଷକ ଜଣଙ୍କ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯୁବକଙ୍କୁ ସ୍ୱାମୀ ମାରୁଥିବା ବେଳେ ତାଙ୍କ ପତ୍ନୀ ପ୍ରତିବାଦ କରିଥିଲେ। ଏହା ପରେ ତୁମେ କିଏ ତୁମ ସହିତ ମୋର ସମ୍ପର୍କ କିଛି ନାହିଁ ବୋଲି କହି ପ୍ରେମିକକୁ ନେଇ ଶିକ୍ଷୟିତ୍ରୀ ପଳାଇ ଯାଇଥିଲେ।

ସମ୍ବନ୍ଧିତ ଖବର