ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନାରେ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଲରମ୍ଭା ଥାନା ଖୁଣ୍ଟସମଲେଇ ଗାଁରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଅଭିଯୁକ୍ତ ସ୍ବାମୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସ୍ତ୍ରୀର ମୃତଦେହ ଘରେ ଓ ସ୍ୱାମୀର ମୃତଦେହ ବାଡ଼ିରେ ପଡ଼ିଥିବା ଜଣାଯାଇଛି। ଏହି ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଖୁତସମଲେଇ ଗାଁର ନିଶାସକ୍ତ ଯୁବକ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି। ଖୁଣ୍ଟସମଲାଇ ଗ୍ରାମରେ ଘାସି ତଅଁଲା ଓ କୁନ୍ତୀ ତଅଁଲା ନିଜ ପରିବାର ସହିତ ରହୁଥିଲେ। ପ୍ରାୟ ଘାସି ମଦ୍ୟପାନ କରି ରାତିରେ ତା ପତ୍ନୀ ସହିତ ଝଗଡା କରୁଥିଲା। ବୁଧବାର ବିଳମ୍ବିତ ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା। କୌଣସି କାରଣରୁ ଘାସି ଓ ତା ପତ୍ନୀ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ କୁନ୍ତି ଖାଇବାକୁ ବସିଥିଲା। ସେଠାରେ ଉତ୍ୟକ୍ତ ହୋଇ ପିଟିଥିଲା। ଗୁରୁତର ହେବାରୁ ସେ ଓ ପରିବାର ଲୋକେ କୁନ୍ତୀକୁ ଘସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କୁନ୍ତୀର ମୃତ୍ୟୁ ହୋଇଥିବା  ଡାକ୍ତର କହିଥିଲେ। ଏହା ଜାଣି ଘାସି ନିଜ ଘର ବାଡ଼ିପଟେ ବିଷ ପିଇ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

 

 

ସମ୍ବନ୍ଧିତ ଖବର