ରାଉରକେଲା: ସେକ୍ଟର-୧ ଏନଆଇଟି ରାସ୍ତାର ଓମଫେଡ଼ ବୁଥ ନିକଟରେ ହାଇୱା ଧକାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ପତ୍ନୀ ଓ ତାଙ୍କ ପୁଅ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ମୃତକ ସେକ୍ଟର-୧ର ଲିପୁ ବୋଲି ଜଣାପଡ଼ିଛି। ସେ ତାଙ୍କ ପରିବାର ସହ ସ୍କୁଟିରେ ଘରକୁ ଯାଉଥିଲେ। ଏନଆଇଟି ଆଡକୁ ଯାଉଥିବା ହାଇୱା ପଛରୁ ଧକା ଦେଇଥିଲା। ସ୍ଥାନୀୟ ଲୋକ ଶବ ରଖି ରାସ୍ତାରୋକ କରିଛନ୍ତି। ସେକ୍ଟର-୩ ପୁଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ଦୁର୍ଘଟଣା ଘଟଇଥିବା ହାଇୱା ଘଟଣାସ୍ଥଳରୁ ଫେରାର ହୋଇଯାଇଛି।