ବରଗଡ଼ : ଟ୍ରାକ୍ଟର ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ବରଗଡ଼ : ବରଗଡ଼ ସହର ଉପକଣ୍ଠସ୍ଥ ପଥର୍ଲା ଛକ ପାଖରେ ସଡ଼କ ଦୁର୍ଘଟଣାରେ ସ୍ବାମୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ରାହାସ ମିର୍ଦ୍ଧା। ସେ ଏବଂ ତାଙ୍କ ପତ୍ନୀ ବିଜେପୁର ବ୍ଲକ୍‌ ଟୁଙ୍ଗିବନ୍ଧଲି ସ୍ଥିତ ଗୋଟିଏ ଇଟାଭାଟ‌ିରେ କାମ କରୁଥିଲେ। ଦୁହେଁ କୌଣସି କାମରେ ବରଗଡ଼ ଆସି ବାଇକ୍‌ରେ ଫେରୁଥିଲେ। ତେବେ ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ସେମାନଙ୍କୁ ଗୋଟିଏ ଟ୍ରାକ୍ଟର ଧକ୍କା ଦେଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ରାହାସଙ୍କ ପ୍ରାଣବାୟୁ ସେଠ‌ାରେ ହିଁ ଚାଲି ଯାଇଥିଲା।

ସମ୍ବନ୍ଧିତ ଖବର