ବୃଦ୍ଧ ଦଂପତିଙ୍କ ମଧ୍ୟରେ ଗଣ୍ଡଗୋଳ: ଠେଙ୍ଗାରେ ପିଟିପିଟି ସ୍ତ୍ରୀକୁ ହତ୍ୟା, ସ୍ବାମୀ ଥାନାରେ ଅଟକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଘୁମେର ଗ୍ରାମରେ ସନ୍ଧ୍ୟା ସମୟରେ ଟୋଲ ଗୋଟାଇ ଆସୁଥିବା ସମୟରେ ସନ୍ଧ୍ୟାରେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେବା ପରେ ଏଥିରେ ବୃଦ୍ଧ ସ୍ବାମୀ ଉତ୍ୟକ୍ତ ହୋଇ ବୃଦ୍ଧା ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ବେଳେ ସ୍ବାମୀ ଲରମ୍ଭା ଥାନାରେ ଅଟକ ଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ଥାନା ଅନ୍ତର୍ଗତ ଘୁମେର ଗ୍ରାମରେ ରହୁଥିବା ଲକ୍ଷୀନ୍ଦ୍ର ସାହୁ(୬୫) ଓ ତାଙ୍କ ସ୍ତ୍ରୀ ରାଏମତି ସାହୁ (୬୦) ଟୋଲ ଗୋଟାଇବା ପାଇଁ ଯାଇଥିଲେ। ଟୋଲ ଗୋଟାଇ ଆସୁଥିବା ବାଟରେ ସନ୍ଧ୍ୟାରେ କୌଣସି କଥାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ ସ୍ରୁଷ୍ଟି ହୋଇଥିଲା। ଏଥିରେ ବୃଦ୍ଧ ସ୍ବାମୀ ଲଖିନ୍ଦ୍ର ଉତ୍ୟକ୍ତ ହୋଇ ନିଜ ବୃଦ୍ଧା ସ୍ତ୍ରୀ ରାଏମତି ଙ୍କ ମୁଣ୍ଡରେ ବାରମ୍ବାର ଠେଙ୍ଗାରେ ମାଡ ମାରିଥିଲା। ଫଳରେ ଘଟଣାସ୍ଥଳରେ ରାଏମତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ଏ ନେଇ ବ୍ରୁଦ୍ଧ ସ୍ବାମୀ ଲଖିନ୍ଦ୍ର ନିଜ ଘରକୁ ଆସି କହିବାରୁ ପରିବାରବର୍ଗ ଲରମ୍ଭା ଥାନାକୁ ସୂଚନା ଦେଇଥିଲେ। ଖବର ପାଇ ରାତି ୮ ଟାରେ ପୁଲିସ ପହଞ୍ଚି ମୃତଦେହ ଠାବ କରିଥିବା ଜଣାପଡିଛି। ରାଏମତି ଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇ ମୁଣ୍ଡର ବିଭିନ୍ନ ସ୍ଥନରେ କ୍ଷତାକ୍ତ ହୋଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଲରମ୍ଭା ଥାନାଧିକାରୀ ସୁଶାନ୍ତ ପଧାନଙ୍କୁ ପଚରାଯିବାରୁ ସେ, ଲରମ୍ଭା ପୁଲିସ କେସ ନଂ ୮୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସହ ଲକ୍ଷୀନ୍ଦ୍ରକୁ ଥାନାରେ ଅଟକ ରଖାଯାଇ ଅଧିକ ପଚରା ଉଚୁରା କରୁଥିବା ନେଇ କହିଛନ୍ତି।

ସମ୍ବନ୍ଧିତ ଖବର