ଏମିତି ବି ମୃତ୍ୟୁ ଆସେ: ସ୍ତ୍ରୀଙ୍କ ମୃତ୍ୟୁର ୧୦ ମିନିଟ୍‌ ପରେ ସ୍ୱାମୀ ମୃତ

ବାମରା : ସ୍ତ୍ରୀଙ୍କ ମୃତ୍ୟୁ ହେବାର ୧୦ ମିନିଟ୍‌ ଭିତରେ ହିଁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ପଣ୍ଡରିପଥର ଗ୍ରାମର।

ଗୋବିନ୍ଦପୁର ପଞ୍ଚାୟତ ପଣ୍ଡରିପଥର ଗ୍ରାମର ଢୁଡ଼ି ମୁଣ୍ଡା(୬୨) ମୂଲ ମଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ପରିବାରରେ ସ୍ତ୍ରୀ ମାଙ୍ଗରୀ ମୁଣ୍ଡା(୫୯) ଓ ଏକମାତ୍ର ପୁଅକୁ ମିଶାଇ ମୋଟ ୬ ଜଣ ସଦସ୍ୟ ଥିଲେ। ଗତ ବର୍ଷ କରୋନା ମହାମାରୀ ଯୋଗୁଁ କାମଧନ୍ଦା ବି ଠିକ ଭାବରେ ମିଳୁ ନ ଥିଲା। ଇତି ମଧ୍ୟରେ ସ୍ତ୍ରୀ ମାଙ୍ଗରୀ ଅସୁସ୍ଥ ହୋଇପଡ଼ିଥିଲେ। ଗତ୨/୩ ଦିନ ମଧ୍ୟରେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଗୁରୁବାର ରାତିରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ  ଗୋବିନ୍ଦପୁର(ବାମରା) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୧୦୮ ଆମ୍ବୁଲାନ୍‌ସ ତାଙ୍କ ଘରକୁ ପହଞ୍ଚିଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ୧୦୮ ଫେରି ଆସିବାର ପ୍ରାୟ ୧୦ ମିନିଟ ପରେ ମାଙ୍ଗରୀଙ୍କ ସ୍ୱାମୀ ଢୁଡ଼ି ମୁଣ୍ଡାଙ୍କ ମୃତ୍ୟୁ ହୋଇଯାଇଥିଲା।

ଶୁକ୍ରବାର ଦିନ ସ୍ଥାନୀୟ ଶ୍ମଶାନ ଘାଟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଶବକୁ ଏକା ସାଙ୍ଗରେ ପୋତି ଦିଆଯାଇଥିଲା। ଏକମାତ୍ର ପୁଅ ଲାଙ୍ଗା ମୁଣ୍ଡା ପାରମ୍ପରିକ ରୀତିନୀତି ଅନୁସାରେ ଶବ ସତ୍କାର କରିଥିଲେ। କେଭିଡ୍‌ ୨୯ ନିୟମ ଅନୁସାରେ ମନବୋଧ ମୁଣ୍ଡା, ବୁଆସ ବାର୍ଳା, ବନା ମୁଣ୍ଡା, ମହେନ୍ଦ୍ର ଯୋଜୋ, ସୁବ୍ରତ ଦାଶ, ସମରା ମୁଣ୍ଡା ପ୍ରମୁଖ ମିଶି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର