କଣ୍ଟାବାଞ୍ଜି: ରୋଗୀଣା ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ୱାମୀଙ୍କ ଆତ୍ମହତ୍ୟା ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ। ସ୍ତ୍ରୀ  ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷ ଜମିରେ ଥିବା ଗଛରେ ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଛନ୍ତି ସ୍ୱାମୀ ଗୋଧନ ମଲ୍ଲିକ।  ସେ କିଡନି ରୋଗରେ ଆକ୍ରାନ୍ତ ସ୍ତ୍ରୀଙ୍କର ଚିକିତ୍ସା କରାଉଥିଲେ। ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ। ଏହି ଦୁଃଖରେ ମ୍ରିୟମାଣ ହୋଇ ରାତିରେ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ପାହାନ୍ତିଆରେ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ତାଙ୍କର ଏକ ୧୪ ବର୍ଷୀୟା ଝିଅ ଥିବା ଜଣାଯାଇଛି, ଯିଏ ମାମୁ ଘରେ ରହେ।

Advertisment

publive-image

ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଏଣେ ପୁଲିସ ପହଞ୍ଚି ଗୋଧନ ମଲ୍ଲିକଙ୍କ ଶବ ଜବତ କରି ତଦନ୍ତ ଚଳାଇଛି। ପୁଲିସ ଶବ ବ୍ୟବଚ୍ଛେଦ ଲାଗି ପଠାଇଲା।