ଯୁଯୁମୁରା: ଗତ ମାସ ୩୧ ତାରିଖରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଡଙ୍ଗାପାଳ ଗ୍ରାମରେ ପତ୍ନୀଙ୍କ ଆତ୍ମହତ୍ୟା, କୀଟନାଶକ ପିଇଲେ ସ୍ଵାମୀ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାରେ ସ୍ଵାମୀ ଅକ୍ଷୟ ପ୍ରଧାନ(୪୫)ଙ୍କ ଆଜି ଭୋର ୫ଟାରେ ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅକ୍ଷୟ ଏବେ ଆର ପାରିରେ।
ସୂଚନାଯୋଗ୍ୟ ଯେ, ପତ୍ନୀ ଗୀତା ପ୍ରଧାନ(୨୮) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ଜାଣିବା ପରେ ଅକ୍ଷୟ ଦୁଃଖରେ ଭାଙ୍ଗିପଡ଼ି କୀଟନାଶକ ପିଇ ଦେଇଥିଲେ। ସେତେବେଳେ ତାଙ୍କୁ ତୁରନ୍ତ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବୁର୍ଲା ଭିମସାରକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/b4c1b611-d9b7-4f08-96e1-780691dff1f4.jpeg)