ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଧୀନ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ସସ୍ମିତା ମାହାନା (୨୪)ଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଘରେ ତାଲା ପଡ଼ିଥିବା ବେଳେ ବାପଘର ଲୋକ ଶାଶୂଘର ସମ୍ମୁଖରେ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ସସ୍ମିତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହେବା ପରେ ପୁଲିସ ୫୩୨/୨୪ରେ ମାମଲା ରୁଜୁ କରି ସସ୍ମିତାଙ୍କ ସ୍ୱାମୀ ରାମକୃଷ୍ଣ ମାହାନାଙ୍କୁ ଅଟକ ରଖିଥିଲା।
ପୁଲିସ ଶବ ଜବତ କରିଥିବା ବେଳେ ଶୁକ୍ରବାର ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଥିଲା। ତେବେ ସସ୍ମିତାଙ୍କ ଶାଶୂ ସୁବାସିନୀ, ଶ୍ବଶୁର ସୁରଥଙ୍କ ସମେତ ଅନ୍ୟମାନେ ଫେରାର୍ ହୋଇ ଯାଇଥିବା ବେଳେ ତାଙ୍କ ଶବ ଗ୍ରହଣ କରିବାକୁ କେହି ନଥିଲେ। ବାଧ୍ୟ ହୋଇ କୁମ୍ଭାରମୂଳି ଗ୍ରାମର ବାପଘର ଲୋକେ ଶବକୁ ନେଇ ଶାଶୂଘର ସମ୍ମୁଖରେ ଶେଷକୃତ୍ୟ ସଂପନ୍ନ କରିଥିଲେ। ମୃତ ସସ୍ମିତାଙ୍କ ବାପାମାଆ ଓ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ସମଗ୍ର ପରିବେଶ ଫାଟି ପଡ଼ିଥିଲା। ଅପରପକ୍ଷରେ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଅଟକ ରାମକୃଷ୍ଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/07/GmF0RDnelSEL9XKv7LHe.jpg)