ପତ୍ନୀହନ୍ତାକୁ ଆଜୀବନ ଜେଲ୍‌

କେନ୍ଦୁଝର :  କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର  ଆଜି ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁଯାୟୀ, ପଣ୍ଡାପଡା ଥାନା ଜୁଙ୍ଗା ଗ୍ରାମ ମାଝୀସାହିର କାହ୍ନୁ ମାରାଣ୍ଡି ଦ୍ବିତୀୟ ବିବାହ କରିଥିଲେ।  ଏହାକୁ ବିରୋଧ କରିବାରୁ ୨୦୧୯ ଜାନୁଆରି ୨୨ ତାରିଖ ସଂଧ୍ୟା ୭ଟା ପାଖାପାଖିରେ ପ୍ରଥମ ପତ୍ନୀ ମଞ୍ଜୁରୀ ମାରାଣ୍ଡି (୩୯)ଙ୍କ ସହିତ ତାଙ୍କର ଝଗଡା ହୋଇଥିଲା। ଉତ୍ତ୍ୟକ୍ତ ହୋଇ କାହ୍ନୁ ମଞ୍ଜୁରୀଙ୍କୁ ମାରପିଟ କରିବା ସହିତ ତାଙ୍କ ଗଳାକୁ ଚିପି ଦେଇଥିଲା । ଫଳ‌ରେ ମଞ୍ଜୁରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏଥିନେଇ ମଞ୍ଜୁରୀଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତି କରି ପୁଲିସ ଏକ ମାମଲା ରଜୁ କରିଥିଲା। କେସ ନଂ ୭/୨୦୧୯ ରୁଜୁ କରି କାହ୍ନୁକୁ ଗରିଫ କରି କୋର୍ଟଚାଲାଣ କରିଥିଲା।  ଏହି ମାମଲାରେ କୋର୍ଟ ୧୭ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି କାହ୍ନୁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ।  ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବେ । ସରକାରଙ୍କ ପକ୍ଷରୁ ଏହି କେସକୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ପରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର