ପଦ୍ମପୁର: ସାମାନ୍ୟ କଳହକୁ କେନ୍ଦ୍ରକରି ସ୍ବାମୀର ଆକ୍ରମଣରେ ସ୍ତ୍ରୀର ଜୀବନ ଯିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଥାନା କୁଡ଼ାସିଂହା ଗ୍ରାମରେ। ମୃତ ମହିଳା ଜଣକ ହେଲେ ଚିନା ବରିହା (୫୯)। କୁଡ଼ାସିଂହା ଗ୍ରାମର ଭରତ ବରିହା (୬୦) ଓ ତାଙ୍କ ସ୍ତ୍ରୀ ଚିନା ସୁଖ ଦୁଃଖର ସଂସାରରେ ଜୀବନ ନିର୍ବାହ କରୁଥିଲେ।
ସାମାନ୍ୟ ବଚସାରେ କ୍ରୋଧାନ୍ବିତ ହୋଇ ରବିବାର ସଂଧ୍ୟାରେ ଭରତ ଏକ ଇଟାରେ ତାଙ୍କ ପତ୍ନୀ ଚିନାଙ୍କ ମୁଣ୍ତକୁ ଜୋରରେ ଆଘାତ କରିଥିଲେ। ସେଠାରେ ଚିନା ରକ୍ତ ଜୁଡୁବୁଡୁ ହୋଇ ପଡ଼ି ଯାଇଥିଲେ। ପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଅଲ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ପୁଲିସ୍ ହତ୍ୟା ଅଭିଯୁକ୍ତ ଭରତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/arrest.jpg)