ଛତ୍ରପୁର: ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ତଳପୁଟ ବଗଡ଼ ଗ୍ରାମରେ ସ୍ତ୍ରୀ ଓ ପୁଅକୁ ଆରୀ ବ୍ଲେଡରେ କାଟି ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରଛି । ମୃତକମାନେ ହେଲେ ସୁଜନ ପ୍ରଧାନ, ରୁନି ପ୍ରଧାନ (୨୮) ଓ ପୁଅ ରୁମେଶ ପ୍ରଧାନ (୧୦ ମାସ)। ପୁଲିସ ୩ଟି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ମୁତାବକ ଦୁଇ ବର୍ଷ ତଳେ ଉପରବଡ଼ପୁଟ ଗ୍ରାମ ଇନ୍ଦିରା ବାସ କୋଲନିର ଚରଣ ପ୍ରଧାନଙ୍କ ଝିଅ ସହିତ ସାନବଡ଼ପୁଟ ଗ୍ରାମର ଶୋଭା ପ୍ରଧାନଙ୍କ ସାନ ପୁଅ ସହିତ ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଗତ କିଛି ଦିନ ହେଲା ପାରିବାରିକ କଳହ ଲାଗି ରହିଥିଲା। ବୁଧବାର ସକାଳୁ ଶୋଭା ପ୍ରଧାନ ଚାଉଳ ମିଳିବା ପାଇଁ ଡାକିବାକୁ ଗଲା ବେଳେ ତିନି ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ଚମାଖଣ୍ଡି ଥାନାକୁ ଖବର ଦେଇଥିଲେ। ଘଟଣାର ଖବର ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍ଡ଼ିପିଓ ଗୌତମ କିସାନ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଚମାଖଣ୍ଡି ଏସ ଆଇ ନବୀନ ଚୌଧୁରୀ, ଏ ଏସ ଆଇ ଡ଼ି ଭେଙ୍କଟ ଦୋରାଙ୍କ ସମେତ ବହୁ ପୁଲିସ କର୍ମଚାରୀ ପହଂଚି ତଦନ୍ତ କରୁଛନ୍ତି। ଚମାଖଣ୍ଡି ଥାନାରେ ୧୭୦/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Three-Dies-in-Family-War_Thumbnail.jpg)