କଣ୍ଟାବାଞ୍ଜିରେ ଅଭାବନୀୟ ଘଟଣା: ସ୍ତ୍ରୀକୁ ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କଲା ସୈତାନ ସ୍ୱାମୀ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଘଟିଛି ଅଭାବନୀୟ ଘଟଣା। ସୈତାନ ସ୍ୱାମୀ ନିଜ ସ୍ତ୍ରୀକୁ ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କରିଛି । ମୃତକ ସ୍ତ୍ରୀ ହେଲେ ଉର୍ମିଳା ମାଝୀ । ଘଟଣା ଘଟିଛି ବିଳମ୍ବିତ ରାତିରେ । ଧାମନଡଙ୍ଗାଗାଁର ଜୟରାମ ମାଝୀ ଓ ତାଙ୍କ ସ୍ତ୍ରୀ ଉର୍ମିଳାଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର୍ଯାତନା ସହିନପାରି ନିଜ ପରିବାର ଲୋକଙ୍କୁ ଜଣାଇଥିଲା । ଉର୍ମିଳାଙ୍କ ପରିବାର ଲୋକ ଏବଂ ଜୟରାମଙ୍କ ପରିବାର ଗାଁରେ ଏକ ବୈଠକ କରି ଝଗଡାର ସମଧାନ କରିଥିଲେ। ହେଲେ ଏହି ଝଗଡା ସମଧାନ ନହେବା ଯୋଗୁ ଥାନାରେ ଅଭିଯୋଗ କରିଥିଲେ ଉର୍ମିଳା।

ତେବେ ଗତ ବିଳମ୍ବିତ ରାତି ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିବା ବେଳେ ତାହା ଉଗ୍ର ରୂପ ନେଇଥିଲା । ଜୟରାମ ତଣ୍ଟି ଚିପି ହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାଯାଇଛି। କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଶବ ଜବତ କରିବା ସହ ହତ୍ୟାକାରୀ ଜୟରାମ ମାଝୀଙ୍କୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର