୨ ଝିଅ ଆଗରେ ସ୍ତ୍ରୀକୁ ହତ୍ୟା

ଜଟଣୀ : ଜଟଣୀ ପାଇକରାପୁରରେ ସ୍ତ୍ରୀର ଗଳାକାଟି ହତ୍ୟା କରିଛି ସ୍ବାମୀ। ପରେ ଜଟଣୀ ଥାନାରେ ଆତ୍ମସମର୍ପଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି।

ପିପିଲି ନିକଟସ୍ଥ ମଠସାହୀ ଅଞ୍ଚଳରେ ସୁକାନ୍ତ ମଲ୍ଲିକଙ୍କ ଘର। ସେ ବିବାହିତ ହୋଇ ଦୁଇଟି ସନ୍ତାନର ଜନକ ହୋଇଥିବା ସତ୍ତ୍ବେ ୧୨ ବର୍ଷ ପୂର୍ବେ ଭୁବନେଶ୍ବର ବମିଖାଲ ଅଞ୍ଚଳରେ ରହୁଥିବା ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଝିଅ ପୂଜାଙ୍କ ସହିତ ପ୍ରେମ ବିବାହ କରିଥିଲା। ବିବାହ ପରେ କିଛି ବର୍ଷ ତଳେ ଜଟଣୀ ପାଇକରାୟପୁରଠାରେ ସପରିବାର ରହୁଥିଲା। ଅଭାବ ଅନଟନ ଦେଖାଦେବା ସହିତ ପରିବାର ଚଳିବା ଅସମ୍ଭବ ହୋଇଥିଲା। ପୂଜାର ସହଯୋଗରେ ଋଣରେ ସୁକାନ୍ତ ଏକ ଅଟୋ କିଣିଥିଲା। ଏହା ବାବଦକୁ ମାସିକ କିସ୍ତି ଦେବା ପାଇଁ ବିଭିନ୍ନ ସମୟରେ ପୂଜାଙ୍କୁ ବାପଘରୁ ଟଙ୍କା ଆଣିବାକୁ ସେ ବାଧ୍ୟ କରୁଥିଲ‌ା। ଟଙ୍କା ନ ଆଣିଲେ ପୂଜାକୁ ମାଡ଼ପିଟ୍‌ କରୁଥିଲା ଏବଂ ସ୍ତ୍ରୀର ଚରିତ୍ର ଉପରେ ଆକ୍ଷେପ କରୁଥିଲା।

ଗତକାଲି ସଂଧ୍ୟାରେ ଋଣ ଟଙ୍କା ଶୁଝିବା ନେଇ ସୁକାନ୍ତ ଏବଂ ପୂଜା ମଧ୍ୟରେ ଝଗଡ଼ା ହୋଇଥିଲା। ଏନେଇ ପୂଜା ବାପାଙ୍କ ନିକଟକୁ ଫୋନ୍‌ କରି ଆସିବାକୁ କହିଥିଲେ। କିନ୍ତୁ ବାପା ଆସି ଝଗଡ଼ା ସମାଧାନ କରିବା ପୂର୍ବରୁ ସୁକାନ୍ତ ଦ୍ବିତୀୟ ସ୍ତ୍ରୀ ପୂଜାଙ୍କୁ ହତ୍ୟା କରିଦେଇଥିଲା। ପୂଜା ଶୁକ୍ରବାର ସକାଳୁ ଗାଧୋଇବାକୁ ଯାଉଥିବା ବେଳେ ଦୁଇ ଝିଅଙ୍କ ସମ୍ମୁଖରେ ପୂଜାଙ୍କୁ ହତ୍ୟା କରିଥିଲା। ଏନେଇ ପୂଜାଙ୍କ ବାପା ଅନ୍ତର୍ଯ୍ୟାମୀ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ଜଟଣୀ ଥାନାରେ ଆତ୍ମସମର୍ପଣ କରିଥିଲା।

ସମ୍ବନ୍ଧିତ ଖବର