ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନୃଶଂସ ଭାବେ ସ୍ତ୍ରୀର ବେକ କାଟି ହତ୍ୟା କରିଛି ସ୍ୱାମୀ। କେବଳ ସେତିକି ନୁହେଁ, ହତ୍ୟା ପରେ ସ୍ତ୍ରୀ କଟାମୁଣ୍ଡକୁ ଧରି ଦୀର୍ଘ ୧୨ କିଲୋମିଟର ରାସ୍ତା ଚାଲିବା ପରେ ଲୋକଙ୍କ ହାତରେ ଧରାପଡ଼ିଛି। ଏହି ଘଟଣା ଆଜି ସକାଳୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଏହିଭଳି ହୃଦୟ ବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମରେ । ଗ୍ରାମର ନାକଫୋଡି ମାଝୀ(ଜନ୍ଦା) ସ୍ତ୍ରୀ ଚଞ୍ଚଳା ମାଝୀଙ୍କର ଗତକାଲି ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବାର ଜଣାପଡ଼ିଛି। ମୁଣ୍ଡ କାଟିବା ପରେ ଚନ୍ଦ୍ରଶେଖରପୁର ନିକଟରୁ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଆସୁଥିବା ବେଳେ ସ୍ଥାନୀୟ ବାସିନ୍ଦା ଜଙ୍ଖିରା ନିକଟରେ ଅଟକାଇଥିଲେ। ପରେ ଗଂଦିଆ ଥାନା ପୁଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ପିଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ, ପାରିବାରିକ କଳହ କାରଣରୁ ସ୍ବାମୀ ଏହିଭଳି ନୃଶଂସ ହତ୍ୟାକାଣ୍ଡ ଘଟାଇଥିବା ଜଣାଯାଇଛି। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/264220c7-37f6-45bd-86a6-7b0a6ec2b3d1.jpg)