ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କଲା ସ୍ବାମୀ

ସୁନ୍ଦରଗଡ଼: ଟାଙ୍ଗରପାଲି-କନ୍ଦାବାହାଲ ( ଜବରଦସ୍ତପଡା ) ଠାରେ ଗତକାଲି ରାତିରେ ଜନୈକ ସ୍ବାମୀ ନିଜ ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିଛି। ପୁଲିସ ଅବିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତକା ହେଲେ ରାଜେଶ୍ବରୀ ପଟେଲ (୩୯) । ପୁଲିସ ଅଭିଯୁକ୍ତ ସ୍ବାମୀ ଜିତେନ୍ଦ୍ର ପଟେଲ (୪୪)ଙ୍କୁ ଗିରଫ କରିଛି।

ସୂଚନାରୁ ପ୍ରକାଶ ଯେ ରାଜେଶ୍ବରୀ ପଟେଲ ନିଜ ସ୍ବାମୀ ଜିତେନ୍ଦ୍ର ପଟେଲଙ୍କ ସହିତ ତାଙ୍କ ଘରେ ରହୁଥିଲେ। ତାଙ୍କ ଭିତରେ ଆଗରୁ କଳି ଝଗଡା ଲାଗି ରହୁଥିଲା। ମଦ ନିଶାରେ ଜିତେନ୍ଦ୍ର ନିଜ ସ୍ତ୍ରୀଙ୍କୁ ମାଡପିଟ କରୁଥିଲା। ଗତକାଲି ରାତିରେ  ପୁଣି ସେ ଝଗଡା ଆରମ୍ଭ କରି ନିଜ ସ୍ତ୍ରୀଙ୍କୁ ମାଡ଼ ମାରିବା ସହିତ ତାଙ୍କ ତଣ୍ଟିକୁ ଯୋରରେ ଚିପି ଦେଇଥିଲା। ଫଳରେ ରାଜେଶ୍ବରୀ ଚେତାଶୂନ୍ୟ ହୋଇପଡିଥିଲେ। ସେହି ଅବସ୍ଥାରେ ସେ ରାଜେଶ୍ବେୀଙ୍କୁ  ସୁନ୍ଦରଗଡ ଡାକ୍ତରଖାନାକୁ ଆଣିଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ସେ ସେଠାରୁ ଫେରାର ହୋଇଯାଇଥିଲା। ପରେ ମୃତକାଙ୍କ ବେକରେ ଥିବା ଚିହ୍ନକୁ ଦେଖି ସଦର ପୁଲିସକୁ ଖବର ଦେବାରୁ ପୁଲୁସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର