ଜଳେଶ୍ଵର: ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ। ମଦପିଇ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ଗହିରାବନ୍ଧ ଗ୍ରାମରେ।
ଘରୋଇ କଳହକୁ ନେଇ ବିଳମ୍ବିତ ରାତିରେ ସ୍ତ୍ରୀ ମଞ୍ଜୁଲତାକୁ ସ୍ବାମୀ ଦୁର୍ଗା ମୁର୍ମୁ ଠେଙ୍ଗାରେ ପିଟିପିଟି ପ୍ରଥମେ ହାତ ଗୋଡ଼ ଭାଙ୍ଗିଲା ପରେ ମାରିଦେଇଥିବା ଜଣାପଡ଼ିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ସ୍ବାମୀକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ସେମାନେ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ରାଇବଣିଆ ପୁଲିସ ତଦନ୍ତ କରୁଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ଗିରଫ କରିଛି।
ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2023/03/349bfe40-179f-4d0f-8f76-c28cb85e873d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)