ରାୟଗଡ଼ା: କାଶୀପୁର ବ୍ଲକ ଡି. କରଳ ଆଦିବାସୀ ସାହିରେ ଗୁରୁବାର ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ବିବାଦକୁ ନେଇ ସ୍ୱାମୀ ମାଲିକୀ ମାଝି ସ୍ତ୍ରୀ ସାପାଇ ମାଝିକୁ ହତ୍ୟା କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ସକାଳୁ ଦୋରାଗୁଡା ପୁଲିସ ମୃତଦେହକୁ ଜବତ କରିଛି।

Advertisment

ଅଭିଯୁକ୍ତ ସ୍ୱାମୀ ମାଲିକୀ ମାଝି ସମେତ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୋରାଗୁଡା ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।