କପ୍ତିପଦା/ଶାଳଚୁଆ : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପେଡ଼ାଗଡ଼ି ପଞ୍ଚାୟତ କରପଦା ଗ୍ରାମର କାହ୍ନୁ ହାଁସଦା (୩୫) ଖାଇବାକୁ ଦେବାରେ ସାମାନ୍ୟ ବିଳମ୍ବ କରିବାରୁ ପତ୍ନୀ ଫୁଲ(୨୧)ଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ କାମ ସାରି ଘରକୁ ଫେରିବା ପରେ ପତ୍ନୀ ଫୁଲଙ୍କୁ ଖାଇବାକୁ ମାଗିଥିଲା କାହ୍ନୁ। ତେବେ କୌଣସି କାମରେ ବ୍ୟସ୍ତ ଥିବାରୁ ଫୁଲ ଖାଇବାକୁ ଦେବାରେ ବିଳମ୍ବ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଫୁଲଙ୍କୁ ସେ ଏକ ଶାବଳରେ ବାଡ଼େଇଥିଲା । ସ୍ତ୍ରୀ ଗୁରୁତର ଅବସ୍ଥାରେ ଲହୁଲୁହାଣ ହୋଇ ପଡ଼ିଥିବା ବେଳେ ଚୁପ୍ଚାପ୍ ଶୋଇ ପଡ଼ିଥିଲା ଅଭିଯୁକ୍ତ ସ୍ବାମୀ। ଆଜି ସକାଳୁ ଦେଖିବା ବେଳକୁ ଫୁଲଙ୍କ ମୃତ୍ୟୁ ହୋଇ ସାରିଥିଲା।
ଖାଇବାକୁ ଦେବା ବିଳମ୍ବ ହେବାରୁ ପତ୍ନୀହତ୍ୟା
/sambad/media/post_attachments/wp-content/uploads/2021/09/mayurbhanj.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)