ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଟଣ୍ଟୋ ଆଜାଦବସ୍ତିରେ ସ୍ବାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଛି। ଏହି ଘଟଣାରେ ବଡ଼ବିଲ ପୁଲିସ ଅଭିଯୁକ୍ତ ସ୍ବାମୀ ଜେନା ମୁଣ୍ଡାକୁ ଗିରଫ କରି ତଦନ୍ତ ଜାରି ରଖିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟଣ୍ଟୋ ଆଜାଦବସ୍ତିରେ ରହୁଥିଲେ ଜେନା ମୁଣ୍ଡା ଓ ତାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡା (୨୫)। ଉକ୍ତ ବସ୍ତିରେ ଜେନାଙ୍କ ଭାଇ କୁନା ମୁଣ୍ଡା ମଧ୍ୟ ରହୁଥିଲେ। ସ୍ତ୍ରୀ ସୋମବାରୀର ଚରିତ୍ରକୁ ସନ୍ଦେହ କରିଆସୁଥିଲେ ଜେନା ମୁଣ୍ଡା। ଏହାକୁ ନେଇ ଅନେକ ସମୟରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ୯ ତାରିଖ ଅପରାହ୍ଣ ୩ଟା ବେଳେ ଜେନା ଘରେ ନଥିବାବେଳେ କୁନା ତାଙ୍କ ଘରକୁ ଆସିଥିଲା। କିଛି ସମୟ ପରେ ଜେନା ଘରକୁ ଫେରିଲା ବେଳକୁ ସ୍ତ୍ରୀ ସୋମବାରୀ ଓ କୁନାକୁ ଏକାଠି ଦେଖିବା ପରେ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ଜେନା ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ଉଭୟଙ୍କୁ ନିସ୍ତୁକ ପିଟିଥିଲା। ଘଟଣାସ୍ଥଳରେ ସୋମବାରୀଙ୍କ ମୃତ୍ୟୁ ଘଟିଥିବାବେଳେ କୁନା ଗୁରୁତର ଆହତ ହୋଇଥିଲେ।
ବଡ଼ବିଲ : ସ୍ବାମୀର କାଠଫାଳିଆ ମାଡ଼ରେ ସ୍ତ୍ରୀ ମୃତ
/sambad/media/post_attachments/wp-content/uploads/2020/09/beat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)