ଦଶପଲ୍ଲା : ସ୍ବାମୀ ଯେ ଏତେ ନୃଶଂସ ହୋଇପାରେ, ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧୀନସ୍ଥ ଚଢ଼େୟାପଲ୍ଲୀ ପଞ୍ଚାୟତର ବାମ କଲୋନୀସାହି ଗ୍ରାମରେ ତାହା ଦେଖିବାକୁ ମିଳିଛି । ଜଙ୍ଗଲକୁ ଜାଳେଣୀ କାଠ ଆଣିବା ପାଇଁ ଡାକିନେଇ ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ।
ଗ୍ରାମର ରାଧାମୋହନ ନାୟକ (୫୨) ଏବଂ ପତ୍ନୀ ସତ୍ୟଭାମା ନାୟକ(୪୨)ଙ୍କ ହସଖୁସିର ସଂସାର ଚାଲିଥିଲା। ୨ଟି ଝିଅଙ୍କ ବିବାହ ହୋଇ ସାରିଥିବା ବେଳେ ଗୋଟିଏ ବୋଲି ପୁଅ ବାହାରେ ରହି କାମ କରୁଛି। ହେଲେ ଆଜି ସକାଳୁ ଉଭୟ ଜାଳେଣୀ କାଠ ସଂଗ୍ରହ ପାଇଁ ଗ୍ରାମ ନିକଟସ୍ଥ ବାଆଁରେଇ ପାହାଡ଼କୁ ବାହାରିଥିଲେ। ପୂର୍ବାହ୍ଣ ପ୍ରାୟ ୭ଟା ସମୟରେ ଘରୁ ବାହାରିବା ସମୟରେ ଗାଁରେ ବିବାହ କରିଥିବା ଝିଅକୁ ଜଙ୍ଗଲକୁ କାଠ ଆଣିଯାଉଥିବା କହି ଆସିଥିଲେ। ହେଲେ ଏହାର କିଛି ସମୟ ପରେ ଏଭଳି ହତ୍ୟାକାଣ୍ତ ଘଟିଥିବା ଗ୍ରାମ ଓ ପରିବାର ଲୋକ ଖବର ପାଇ ପାହାଡ଼ରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ସତ୍ୟଭାମାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା ବେଳେ ରାଧାମୋହନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।
/sambad/media/post_attachments/wp-content/uploads/2021/06/e7de8bf7-ee9a-4585-8c5f-c1597fac06c7.jpg)
ମାତ୍ର ପରିବାର ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାଧାମୋହନଙ୍କ ମୁଣ୍ତ ମଝିରେ ମଝିରେ ଖରାପ ହୁଏ। ହେଲେ ସେ କାମଧନ୍ଦା କରି ପରିବାର ଚଳାନ୍ତି। କିନ୍ତୁ ଘରେ କୌଣସି ଝଗଡ଼ା ହୋଇ ନଥିବା ବେଳେ ସକାଳୁ ଘରକାମ ସାରି ଉଭୟ କାଠ ପାଇଁ ବାହାରିଥିବା ଝିଅ ପ୍ରତିମା ପ୍ରକାଶ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏଭଳି ହତ୍ୟାକାଣ୍ତ ଘଟିଲା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ପୁଲିସ ଖବର ପାଇ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead-bbc.jpg)