ନୀଳଗିରି: ପାରିବାରିକ କଳହରୁ ଜଣେ ମଦ୍ୟପ ସ୍ବାମୀ ନିଜର ସ୍ତ୍ରୀଙ୍କୁ ମାରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋପୀନାଥପୁର ନୂଆସାହି ଗାଁରେ ପୂର୍ଣ୍ଣଚନ୍ଦ୍ର ସିଂହ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ସିଂହ ରହୁଥିଲେ । ସୁକାନ୍ତି ହେଉଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କର ଚତୁର୍ଥ ପତ୍ନୀ। ପ୍ରାୟ ୭ ବର୍ଷତଳେ ସେମାନଙ୍କର ବାହାଘର ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ସିଂହଙ୍କର ବୟସ ୪୮ ଏବଂ ସୁକାନ୍ତିଙ୍କର ବୟସ ୩୨ ବର୍ଷ ବୋଲି ଜଣାଯାଇଛି।

Advertisment

ଏହା ପୂର୍ବରୁ ପୂର୍ଣ୍ଣଚନ୍ଦ୍ର ଯେଉଁ ତିନିଜଣଙ୍କୁ କ୍ରମାଗତଭାବେ ବିବାହ କରିଥିଲେ ସେମାନେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସିଂହଙ୍କର ନିଶାଖୋର ମନୋଭାବ ସକାଶେ ଏଭଳି ଘଟିଥିବା କୁହାଯାଉଛି।

ସ୍ୱାମୀ ପୂର୍ଣ୍ଣଚନ୍ଦ୍ର  ପ୍ରତିଦିନ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରନ୍ତି । ସ୍ତ୍ରୀ ସୁକାନ୍ତି ଏହାକୁ ବାରଣ କରନ୍ତି ଓ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୁଏ । ଗତକାଲି ରାତିରେ ମଧ୍ୟ ପୂର୍ଣ୍ଣଚନ୍ଦ୍ର ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଓ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ । ଏହାଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ସୁକାନ୍ତି ସିଂହଙ୍କ ମୃତ୍ୟୁ ଘଟିଥିଲା ।

Image result for odisha police image source-kappa jobs

ଏହାପରେ ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସିଂହ ଆଜି ସକାଳେ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଆରମ୍ଭ କରିଛି।