କଟକ : ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡାମାଡ କରିଥିବା ରାଜଶ୍ରୀ କାମିଳାଙ୍କୁ ଆଜି ତାଙ୍କର ସ୍ୱାମୀ ଦିଲ୍ଲୀପ କାମିଳା ଏସ୍ସିବି ମେଡିକାଲ୍ରେ ସାକ୍ଷାତ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚର କର୍ମକର୍ତ୍ତାଙ୍କ ସହିତ ଦିଲ୍ଲୀପ ମେଡିକାଲ୍କୁ ଆସିଥିବାବେଳେ ସର୍ଜରୀ କ୍ୟାବିନ୍କୁ ଯାଇ ସେଠାରେ ତାଙ୍କ ପତ୍ନୀଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଗତକାଲି ପତ୍ନୀଙ୍କୁ ଭେଟିବାକୁ ଦିଲ୍ଲୀପ ଯାଇଥିଲେ ବି ପୁଲିସ୍ କର୍ମଚାରୀମାନେ ତାଙ୍କୁ ଭେଟିବାକୁ ଦେଇନଥିଲେ। ଆଜି ସୁଯୋଗ ମିଳିବା ପରେ କିଛି ସମୟ ପାଇଁ ତାଙ୍କ ସହିତ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଗତକାଲି ରାଜଶ୍ରୀଙ୍କ ଦୁଇଥର ବାନ୍ତି ହୋଇଥିଲାବେଳେ ଆଜି ମୁଣ୍ଡରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ମହିଳା ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ତେବେ ସିଟି ସ୍କାନ୍ ରିପୋର୍ଟରେ ସବୁକିଛି ସ୍ୱାଭାବିକ୍ ଆସୁଥିବାରୁ ତାଙ୍କୁ ସୋମବାର ଦିନ ଡିସ୍ଚାର୍ଜ କରିଦିଆଯାଇପାରେ ବୋଲି ମେଡିକାଲ୍ ପକ୍ଷରୁ କୁହାଯାଇଛି। ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ କଳ୍ପନା ପଟ୍ଟନାୟକ, ପୂର୍ଣ୍ଣବାସୀ ମହାପାତ୍ର, ସମର୍ପିତା ଚୌଧୁରୀ, ସୋନିକା ପାଣ୍ଡେ, ରଂଜିତା ନାଏକ ପ୍ରମୁଖ ଏହି ସାକ୍ଷାତକାର ବେଳେ ଉପସ୍ଥିତ ଥିଲେ।
ରାଜଶ୍ରୀଙ୍କୁ ଭେଟିଲେ ସ୍ୱାମୀ
/sambad/media/post_attachments/wp-content/uploads/2018/02/Rajashree-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)