ଯୋଡ଼ା: ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ସେହି ଗ୍ରାମର ଦାଶରଥି ସେଠୀଙ୍କ ପତ୍ନୀ କନକ ସେଠୀ (୪୫)।
ପୁଲିସ ସୂଚନା ଅନୁଯାୟୀ, ସୋମବାର ରାତିରେ ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦାଶରଥି ଏକ ଠେଙ୍ଗାରେ ସ୍ତ୍ରୀ କନକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କର ହୋଇଯିବା ଜାଣିବା ପରେ ଫେରାର ହୋଇଯାଇଥିଲେ।
ମଙ୍ଗଳବାର ଅପରାହ୍ଣରେ ଘରେ ରକ୍ତଛିଟା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସନ୍ଧ୍ୟାରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଶବ ଉଦ୍ଧାର ହୋଇପାରି ନଥିଲା। ଆଜି ସକାଳେ ପୁଲିସ ଶବ ଜବତ କରି ବଡ଼ବିଲ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ଅଭିଯୁକ୍ତ ସ୍ବାମୀକୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି। ଏନେଇ ଯୋଡ଼ା ଥାନାରେ କେସ୍ ନମ୍ବର ୪୨/୨୦୨୨ରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-sisat.jpg)