ଜଗନ୍ନାଥପ୍ରସାଦ: ପୂର୍ବତନ ବ୍ଲକ ଉପାଧକ୍ଷ ତଥା ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ବିଜେଡି ଯୁବ ସଂଗଠକ ହିମାଂଶୁ ଶେଖର ବାରିକ (ପାକୁ)ଙ୍କ ଗତ ମଧ୍ୟରାତ୍ରିରେ ପରଲୋକ ହୋଇଛି। ବ୍ଲକ୍ ବିଜେଡି ସଭାପତିଙ୍କ ଆଜି ଦ୍ଵାଦଶାହ ଭୋଜି ଥିବା ବେଳେ ସେଥିରେ ଵ୍ୟସ୍ତ ଥିଲେ। ରାତିରେ ଆଉ ଏକ ଭୋଜିରେ ଯୋଗ ଦେଇ ଘରକୁ ଫେରିବା ପରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ। ଛାତିରେ ଯନ୍ତ୍ରଣା ହେଵା ସାଙ୍ଗକୁ ଦେହ ନୀଳ ପଡ଼ିଯାଇଥିଲା। ଭଞ୍ଜନଗର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫୁଡ ପଏଜନିଂ ହେତୁ ହିମାଂଶୁ ଶେଖର ବାରିକଙ୍କ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି।