ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳିମାଡ, ମୃତ ଘୋଷଣା କଲେ ଡାକ୍ତର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରୀଣ ଅଞ୍ଚଳ ଭାବେ ବେଶ ଜଣାଶୁଣା ବାଗଦୋର ପଞ୍ଚାୟତର ସମିତିସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କୁ ବର୍ତ୍ତମାନ କିଛି ସମୟ ପୂର୍ବରୁ ଗୁଳିମାଡ ହୋଇଥିବା ଜଣାପଡିଛି। ଗୁରୁତର ଭାବେ ତାଙ୍କୁ ବେଲପଡା ଡାକ୍ତରଖାନାକୁ ଅଣା ଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମ୍ରୁତ ଘୋଷଣା କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ବେଲପଡା ବାଗଦୋର ପଞ୍ଚାୟତର ସମିତିସଭ୍ୟା ବନିତା ବିଶ୍ବାଳଙ୍କ ସ୍ବାମୀ ଲୋକନାଥ ବିଶ୍ବାଳଙ୍କ ନିଜ ଗ୍ରାମ ବନମାଲକୁ ୨ ରୁ ୩ ଜଣ ଲୋକ ଆସିଥିଲେ। କଥାବାର୍ତ୍ତା ହେବା ପରେ ବଚସା ହୋଇଥିଲା। ସେଠାରେ ଦୁର୍ବୃତ୍ତମାନେ ଲୋକନାଥଙ୍କୁ ଗୁଳି କରିଥିଲେ। ଲୋକନାଥଙ୍କ ଛାତିର ବାମପାର୍ଶ୍ବରେ ଗୁଳି ବାଜି ଥିବା ଜଣାପଡିଛି। ଗୁଳି ସିଧା ହ୍ରୁଦୟରେ ବାଜି ଥିବା ବେଳେ ସେ ଗୁରୁତର ହୋଇ ପଡିଥିଲେ।  ତାଙ୍କୁ ରାତି  ୮.୪୫ ରେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମ୍ରୁତ୍ୟୁ ଘଟିଥିବା ଜଣାପଡିଛି।

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବେଲପଡା, ଲାଠୋର ପୁଲିସ ଚଢଉ କରିଥିବା ଜଣାପଡିଛି। ତେବେ ଘଟଣା ସମ୍ପର୍କରେ ଲାଠୋର ଅଞ୍ଚଳରୁ ୨ ଜଣଙ୍କ ପୁଲିସ ଅଟକ ରଖିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ତେବେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର