ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ

ଗଞ୍ଜାମ: ସ୍ତ୍ରୀକୁ ଜାଳି ଦେଲା ସ୍ୱାମୀ । ପାରିବାରିକ କଳହରୁ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ । ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପାଲୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ବି. ମୁକୋଡୁଙ୍କ ସହ ଝଗଡା ହେବାରୁ ତାଙ୍କ ପତ୍ନୀ ବାପ ଘରେ ରହୁଥିଲେ ।

ଆଜି ସକାଳେ ସେ କାମ କରିବାକୁ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ବି. ମୁକୋଡୁ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଏବେ ବି.ମୁକୋଡୁକୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ନିଆଁ ଲାଗିବା ପରେ ପୀଡ଼ିତାଙ୍କ ଶରୀରର କେତେ ଭାଗ ପୋଡ଼ିଛି, ସେ ନେଇ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର