ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ନିକଟସ୍ଥ ଚାରପାଲି ଗ୍ରାମରେ ଏକ ଦଂପତିଙ୍କ ମୃତ୍ୟୁ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋମବାର ରାତ୍ରିରେ ପତ୍ନୀଙ୍କୁ କଟୁରିରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହାପରେ ପୁଲିସ୍ ପ୍ରାଥମିକ ତଦନ୍ତ କରି ଶବ ବ୍ୟବଚ୍ଛେଦ କରାଇଛି ଏବଂ ଅଧିକ ତଦନ୍ତ ଜାରି ରଖିଛି। ଗ୍ରାମର ଭୁବନେ ସାହୁ (୪୨) ଏବଂ ସ୍ତ୍ରୀ ସେବତୀ ସାହୁଙ୍କ ମୃତଦେହକୁ ମଙ୍ଗଳବାର ସକାଳେ ସେମାନଙ୍କ ଶୋଇବା ଘରେ ପଡ଼ିଥିଲା। ପରିବାର ବର୍ଗ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ବିଜେପୁର ପୁଲିସ ଏନେଇ ମୃତକଙ୍କ ଭାଇ ବୃନ୍ଦାବନ ସାହୁଙ୍କ ଲିଖିତ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ହତ୍ୟାର କାରଣ ଏଯାଏ ସଠିକ ଜଣାପଡି ନ ଥିବା ବେଳେ ଏହା ପାରିବାରିକ କନ୍ଦଳ ହୋଇଥାଇପାରେ ବୋଲି ବିଜେପୁର ଥାନାଧିକାରୀ ପ୍ରକାଶ କର୍ଣ୍ଣ ପ୍ରକାଶ କରିଛନ୍ତି। ଖିଆପିଆ ସରିବା ପରେ ଭୁବନେ ସାହୁ (୪୨) ଏବଂ ସେବତୀ ସାହୁ ଶୋଇବା ଘରକୁ ଯାଇଥିଲେ। ଭିତର ପଟୁ କବାଟ ବନ୍ଦ ଥିଲା। ସେମାନଙ୍କ ତିନି ଝିଅ, ପୁଅଙ୍କ ସମେତ ପରିବାର ବର୍ଗ ଅନ୍ୟ କୋଠରୀରେ ଶୋଇଥିଲେ। ସକାଳେ କବାଟ ନ ଖୋଲିବାରୁ କବାଟ ଭାଙ୍ଗି ଦେଖିଲା ବେଳକୁ ସେବତୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ପଡ଼ିଥିବା ଦେଖାଯାଇଥିଲା। ପାଖରେ ଏକ କଟୁରି ପଡିଥିିଲା। ଭୁବନେଙ୍କ ବେକରେ ରଶି ଲାଗି ଝୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ପତ୍ନୀଙ୍କୁ ହତ୍ୟା କରି ସ୍ୱାମୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2018/03/suicide-in-hanging-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)